ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦାବି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦିଆଯିବାକୁ ଦାବି ହୋଇଛି । ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ପ୍ରଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି ଭୁବନେଶ୍ୱର ବାଲିଯାତ୍ରା କମିଟି । ଏନେଇ କମିଟି ପକ୍ଷରୁ ବୁଧ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କାହିଁକି ଜିଲ୍ଲା ମାନ୍ୟତା ଦିଆଯିବ କମିଟି ତଥ୍ୟ ଉପସ୍ଥାପିତ ହୋଇଛି । ସେମାନଙ୍କର କହିବା ମୁତାବିକ ରାଜ୍ୟରେ ବର୍ତ୍ତମାନ ୧୨ ଜିଲ୍ଲାର ଲୋକସଂଖ୍ୟା ଭୁବନେଶ୍ୱର ଠାରୁ କମ୍ । ହେଲେ ସେହି ଜିଲ୍ଲାଗୁଡିକ ୩୦ ବର୍ଷ ହେବ ଜିଲ୍ଲାର ମାନ୍ୟତା ବଜାଇ ରଖିଛନ୍ତି ।

ସେହି ଅନୁସାରେ ଭୌଗଳିକ ମାନଚିତ୍ରରେ ପରିଧି ମଧ୍ୟରେ ଥିବା ଭୁବନେଶ୍ୱର ତାର ଜନସଂଖ୍ୟାକୁ ନେଇ ଜିଲ୍ଲାର ମାନ୍ୟତା ପାଇବା ପାଇଁ ପ୍ରଯୁଜ୍ୟ ବୋଲି ସେମାନେ କହିଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ୧୧ ଲକ୍ଷ ୬୧ ହଜାର ଲୋକସଂଖ୍ୟା ରହିଛି । ଏହି ତୁଳନାରେ ବୌଦ୍ଧ ୪ ଲକ୍ଷ ୪୧ ହଜାର ୧୬୨ ,ଦେଓଗଡ ୩ ଲକ୍ଷ ୧୯ ହଜାର ୧୬୪, ଗଜପତି ୫ଲକ୍ଷ ୭୭ ହଜାର ୮୧୭ ,ଜଗତସିଂହପୁର ୧୧ ଲକ୍ଷ ୩୭ ହଜାର ୯୭୧, ଝାରସୁଗୁଡା ୫ଲକ୍ଷ ୭୯ ହଜାର ୫୦୫, କନ୍ଧମାଳ ୭ ଲକ୍ଷ ୩୩ ହଜାର ୧୧୦ ମାଲକାନଗିରି ୬ ଲକ୍ଷ ୧୩ ହଜାର ୧୯୨ ନୟାଗଡ ୯ ଲକ୍ଷ ୬୨ ହଜାର ୭୮୯ ନୂଆପଡା ୬ ଲକ୍ଷ ୧୦ ହଜାର ୩୮୨ ରାୟଗଡା ୯ଲକ୍ଷ ୬୭ ହଜାର ୯୧୧ ,ସମ୍ବଲପୁର ୧୦ ଲକ୍ଷ ୪୧ ହଜାର ୯୯ ଓ ସୋନପୁର ରେ ୬ ଲକ୍ଷ ୧୦ ହଜାର ୧୮୩ ଲୋକସଂଖ୍ୟା ରହିଛି ।

ଏମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱରଠୁ କମ ହୋଇଥିବାବେଳେ ଜିଲ୍ଲାର ମାନ୍ୟତା ପାଇଛନ୍ତି । ତେଣୁ ଏହି ୧୧ ଜିଲ୍ଲାର ତୁଳନାରେ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ଜିଲ୍ଲା ମାନ୍ୟତା ଦିଆଯାଉ ବୋଲି କହିଛି କମିଟି ।

Leave A Reply

Your email address will not be published.