ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ଆସନ୍ତାକାଲି 12ଟି ବିରୋଧୀ ରାଜନୈତିକ ଦଳ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ଆସନ୍ତାକାଲି 12ଟି ବିରୋଧୀ ରାଜନୈତିକ ଦଳ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭl କରିବେ ସେମାନଙ୍କର ପ୍ରମୁଖ ଦାବି ହେଲାl
1) ସୁପ୍ରିମ କୋର୍ଟ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ ଆଇ ଟି) ଦ୍ୱାରା ତଦନ୍ତ କରାଯାଉ l
2) କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସି ବି ଆଇ ତଦନ୍ତ କୁ ପ୍ରତ୍ୟାହାର କରାଯାଉ l
3) ରେଳ ଦୁର୍ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟି ରୁ ତୁରନ୍ତ ଇସ୍ତଫା ଦିଅନ୍ତୁ l
4) ସମସ୍ତ ମୃତକ ମାନଙ୍କର ନାମ ତାଲିକା ଫୋଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷା ର ଦୈନିକ ଖବର କାଗଜରେ ପ୍ରକାଶ କରାଯାଉ l ମୃତକଙ୍କୁ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ କରାଯାଉ l
5) ପ୍ରତ୍ୟୋକ ମୃତକ ପରିବାର କୁ ତତକ୍ଷଣାତ 50 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉ l
6) ସମସ୍ତ ଆହତ ମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯକ୍ଷମ ହେବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆର୍ଥିକ ସହାୟତା ଦିଆଯାଉ l
7) ପ୍ରତ୍ୟୋକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟୋକ ପରିବାର ର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ l
8) ରେଳ ବିଭାଗ ରେ ଖାଲି ପଡ଼ିଥିବା 3ଲକ୍ଷ 12ହଜାର ପଦବୀ ଅବିଳମ୍ବେ ପୂରଣ କରାଯାଉ l ରେଳ ବ୍ୟବସ୍ଥା ର ସାମଗ୍ରିକ ଭିତ୍ତିଭୂମି ର ବିକାଶ, ରେଳ ଧାରଣା ର ରକ୍ଷଣା-ବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ “କବଚ” ବ୍ୟବହାର କରିବା ଘରୋଇକରଣ ପ୍ରକ୍ରିୟା ବନ୍ଦ,ରେଳ ଯାତ୍ରା ରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ପାଇଖାନା,ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀ ର ଗୁଣ ବୃଦ୍ଧି, ଲୋକ ରନିଙ୍ଗ ଷ୍ଟାଫ, ଗାର୍ଡ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କ କାର୍ଯ୍ୟ ସମୟ କମାଇବା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେଇ ଅର୍ଥ ବିନିଯୋଗ କରାଯାଉ l 12 ଟି ବିରୋଧୀ ରାଜନୈତିକ ଦଳ ତରଫରୁ ଉପରୋକ୍ତ ଦାବୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରlଯିବ l