ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ । ଆଜି ଦକ୍ଷିଣ ଉପକୂଳରେ ମୁଖ୍ୟତଃ ଘନ କୁହୁଡି ଦେଖାଦେଇଛି । ଆସନ୍ତା ୨ ଦିନରେ ରାଜ୍ୟରେ ସ୍ଵାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ।

ଶୀତ ଏବେ ବଢ଼ିବନି । ଯେମିତି ସ୍ଥିତି ଅଛି, ପ୍ରାୟତଃ ସେମିତି ରହିବ । ଅନେକ ଜାଗାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ୍‌ ଅଧିକ ରହିପାରେ । ଅନ୍ୟପକ୍ଷରେ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିବ ଆସନ୍ତା୩ ଦିନ ପର୍ଯ୍ୟନ୍ତ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୩୦ ରୁ ପହିଲା ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅଛି ।

ଅର୍ଥାତ୍‌ ନୂଆବର୍ଷର ସ୍ପର୍ଶରେ ଦୂରେଇ ଯାଇପାରେ କୁହୁଡ଼ି ଚାଦର ।ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍‌ ଆକଳନ ଅନୁସାରେ ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ଗତି ପଶ୍ଚିମ ଦିଗରେ ରହିପାରେ ।

ଅନ୍ୟପଟେ, ୨୦୨୪ ବର୍ଷଟି ୨୦୨୩ ଅପେକ୍ଷା ଅଧିକ ଉତ୍ତପ୍ତ ହୋଇପାରେ। ଏନ୍ଓଏଏ ତଥା ଟେକ୍ସାସ୍ ଏ ଏଣ୍ଡ ଏମ୍ ବିଶ୍ବବିଦ୍ୟାଳୟର କେତେକ ପାଣିପାଗ ବିଶାରଦଙ୍କ ମତରେ ୨୦୨୪ ବର୍ଷଟି ଅଧିକ ଉତ୍ତପ୍ତ ହେବାର ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣଟି ହେଲା ୧୯୮୦ ମସିହାଠାରୁ ଆରମ୍ଭ ହୋଇଥିବା ଉତ୍ତପ୍ତୀକରଣ, ଗତକିଛି ବର୍ଷ ହେଲା ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ଦ୍ବିତୀୟ କାରଣଟି ହେଲା ୨୦୨୩ରେ ସୃଷ୍ଟି ହୋଇଥିବା ଏଲ୍‌ନିନୋର ପ୍ରଭାବ ୨୦୨୪ ମାର୍ଚ୍ଚ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ। ଉଲ୍ଲେଖଯୋଗ୍ୟ, ଏଲ୍‌ନିନୋ ସରିବା ପରେ ମଧ୍ୟ ଏହାର ପ୍ରଭାବ ଅଧିକ ହୋଇଥାଏ, ଯେମିତି ୨୦୧୫ ମସିହାରେ ଏଲ୍‌ନିନୋର ପ୍ରଭାବ ୨୦୧୬ ମସିହାରେ ଦେଖାଯାଇଥିଲା।

Leave A Reply

Your email address will not be published.