ଓଡ଼ିଆ ନ୍ୟୁଜ୍: କଲବଲ କରିବ କୁହୁଡ଼ି; ୯ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ।କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର ପାଇଁ ୱାର୍ଣ୍ଣିଂ।କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କନ୍ଧମାଳକୁ ମଧ୍ୟ ୱାର୍ଣ୍ଣିଂ।ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ସମ୍ଭାବନା। ତେଣୁ ଗାଡ଼ି ନେଇ ଯିବାକୁ ଥିଲେ ସତର୍କ ପରାମର୍ଶ।
ତେବେ କୁହୁଡ଼ି ସମୟରେ ଅଧିକ ଦୂର ଯାଏ ଦେଖିବା ସମ୍ଭବ ହେଉନଥିବା ବେଳେ ଗାଡ଼ି ନେଇ ଯିବାକୁ ଥିଲେ ସତର୍କ ପାଇଁ ପରାମର୍ଶ ଦିଆଯାଇଛି । ତେବେ କୁହୁଡି ସାଙ୍ଗକୁ ଥଣ୍ଡା ମଧ୍ୟ ଅସହ୍ୟ ହେଉଛି । ଗତ ୨୪ଘଣ୍ଟାରେ ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା।