ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର୍ (DEO)। ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ଖୋର୍ଦ୍ଧା ବେଗୁନିଆ ତହସିଲ ଅଫିସର DEO ସ୍ମୃତି ଜୟଶ୍ରୀ।ଚାଷ ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ।ଗଡମାଣିତ୍ରୀର ଶିଶିର ମଙ୍ଗରାଜ ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଗତ ଏକ ମାସ ଧରି ସେ କାର୍ଯ୍ୟାଳୟକୁ ଦୌଡୁଥିବା ବେଳେ ସ୍ମୃତି ତାଙ୍କୁ କହିଲେ ଆର୍ଆଇ ଏବଂ ଅତିରିକ୍ତ ତହସିଲଦାର ଟଙ୍କା ନେବେ।
ଟଙ୍କା ଦେଲେ କାମ ହୋଇଯିବ। ଶିଶିର ଏ ସମ୍ପର୍କରେ ଗତ ୧୪ତାରିଖରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଜାଲ ବିଛାଇଥିଲା। ବୁଧବାର ଅପରାହ୍ନ ସେ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲେ।