ସୃଷ୍ଟି ହେଲା ଲଘୁଚାପ

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକ୍ରିୟ ହୋଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସା‌ଗର ଅଞ୍ଚଳରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଛି। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ଆଡ଼କୁ ଏକ ଅବପାତର ରୂପ ନେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ପରେ ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ବାଂଲାଦେଶ ଉପକୂଳରେ ପହଞ୍ଚିବ।

ଏହାର ପ୍ରଭାବ‌ ଓଡ଼ିଶା ଉପରେ ବିଶେଷ ଭାବେ ରହିବ ନାହିଁ। ୨୩ ଓ ୨୪ ତାରିଖରେ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨ ଦିନ ରାଜ୍ୟର ପ‌ାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଅପରାହ୍ଣ ଆଡ଼କୁ ପାଗ ମେଘୁଆ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ। ଅନ୍ୟପଟେ ଆଜି ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟା ସମ୍ଭାବନା ରହିଛି। ୨୨ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

୨୪ ତାରିଖ ସକାଳ ପରଠାରୁ ବାତ୍ୟା ଦକ୍ଷିଣ ଓମାନ୍‌ ଓ ପାର୍ଶ୍ବବର୍ତ୍ତୀ ୟେମେନ୍‌ ଉପକୂଳମୁହାଁ ହେବ।ଦଶହରା ଦିନ(୨୪ ତାରିଖ) ଏହା ଗୋପାଳପୁରର ଦକ୍ଷିଣରେ ଓ ବିଶାଖାପାଟଣାର ପୂର୍ବରେ ସମୁଦ୍ରରେ ରହିବାର ସମ୍ଭାବନା ରହିଛି। ଇସିଏଚ୍‌ଡବ୍ଲ୍ୟୁଏଫ୍‌ ମଡେଲ୍‌ କହୁଛି ଯେ ଏହା ଛୋଟ ବାତ୍ୟା ରୂପ ନେଇପାରେ। ଜିଏଫ୍‌ଏସ୍‌ କହୁଛି ଯେ ଏହା ଗଭୀର ଅବପାତ ହିଁ ହେବ ଓ ଦଶହରା ଦିନ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଯଦି ବି ବାତ୍ୟା ରୂପ ନିଏ, ତଥାପି ଓଡ଼ିଶାରେ ୨୪ ଓ ୨୫ ତାରିଖରେ କିଛି ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। କିନ୍ତୁ ଏହାର ସମ୍ଭାବନା କମ୍‌। ଅବପାତ ସୃଷ୍ଟି ହେବା ପରେ ଠିକ୍‌ କରି କହିହେବ।

Leave A Reply

Your email address will not be published.