ଦେବଭୂମି ଭାରତରେ ଅନେକ ଦେବାଦେବୀଙ୍କ ମନ୍ଦିର ଭରି ରହିଛି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ଦେବଭୂମି ଭାରତରେ ଅନେକ ଦେବାଦେବୀଙ୍କ ମନ୍ଦିର ଭରି ରହିଛି । ସେଗୁଡିକ ମଧ୍ୟରୁ କିଛି ମନ୍ଦିର ଏହାର ସୁନ୍ଦର କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ ଥିବା ବେଳେ ଅନ୍ୟ କେତେକ ମନ୍ଦିର ଏହାର ଗଠନଶୈଳୀକୁ ନେଇ ପରିଚିତ । ଆଉ କିଛି ମନ୍ଦିର ନିଜ ଭିତରେ ଲୁଚାଇ ରଖିଛି ଅନେକ ଗୁଢ ରହସ୍ୟ । ଯାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ପାଇଁ ଅଜଣା ହୋଇ ରହିଛି । ଏହି ମନ୍ଦିରଗୁଡିକର ଗଠନଶୈଳୀ, କାରୁକାର୍ଯ୍ୟ ତଥା ଏହାର କାନ୍ଥଗୁଡିକରେ ଖୋଦିତ ହୋଇଥିବା କଳାକୃତିକୁ ନେଇ ମଧ୍ୟ ଆଜି ପର୍ଯ୍ୟନ୍ତ ସନେ୍ଦହ ଉନ୍ମୋଚନ ହୋଇ ପାରିନାହିଁ ।

ତେବେ ସେହିଭଳି କିଛି ମନ୍ଦିରଗୁଡିକ ମଧ୍ୟରୁ ଗୋଟିଏ ହେଉଛି ତାମିଲନାଡୁର ୬୦୦୦ ବର୍ଷ ପୁରୁଣା ବରମୂର୍ତିଶ୍ୱର ମନ୍ଦିର । ଏହି ମନ୍ଦିର ଏତେ ବର୍ଷ ପୁରୁଣା ହୋଇ ମଧ୍ୟ ଆଜି ବି ସୁରକ୍ଷିତ ଏବଂ ଅକ୍ଷତ ଅବସ୍ଥାରେ ରହିଛି । ତେବେ ଏହି ମନ୍ଦିରର ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହାର କାନ୍ଥରେ ପଥରରେ ଖୋଦେଇ ହୋଇଥିବା କଳାକୃତି । ଏହାର କାନ୍ଥରେ ଜଣେ ନାରୀର ଗର୍ଭାଧାନ ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଖୋଦେଇ କରାଯାଇଛି । ଏହାସହ ସ୍ପର୍ମ ବା ଶୁକ୍ରାଣୁ ଆକାର ଠାରୁ ଆରମ୍ଭ କରି ଗର୍ଭରେ ଶିଶୁଟି କେଉଁ ସମୟରେ କେଉଁ ଆକାରରେ ରହିଥାଏ ତାହା ମଧ୍ୟ ଏହି ମନ୍ଦିର କାନ୍ଥରେ ଦେଖିବାକୁ ମିଳେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ମାତ୍ର ୩୦୦ରୁ ୪୦୦ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସ୍ପର୍ମ ବା ଶୁକ୍ରାଣୁକୁ ଦେଖିଥିଲେ ।

କିନ୍ତୁ ୬୦୦୦ ବର୍ଷ ପୂର୍ବରୁ ଅଣୁବୀକ୍ଷଣ ଯନ୍ତ୍ର ହିଁ ନଥିଲା । ତେଣୁ ବିନା ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନେ କିଭଳି ଶୁକ୍ରାଣୁ ବା ସ୍ପର୍ମର ବାସ୍ତବ ଆକୃତି କାନ୍ଥରେ ଆଙ୍କିପାରିଲେ ତାହା ହିଁ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି । ତେବେ ବିନା ଅଣୁବୀକ୍ଷଣ ଯନ୍ତ୍ର ଏବଂ କୌଣସି ଆଧୁନିକ ଯନ୍ତ୍ରପାତି ବିନା ମନ୍ଦିର କାନ୍ଥରେ ଏଭଳି ଚିତ୍ରକଳା ସନାତନ ଧର୍ମର ମହାନତା ତଥା ଆମର ପୂର୍ବଜମାନଙ୍କର ଅଗାଢ ଜ୍ଞାନକୁ ପ୍ରତିପାଦନ କରିଥାଏ ।

Leave A Reply

Your email address will not be published.