ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହଳଦା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ | ଭାରତରେ ମୋଦୀ ସରକାର କାଳରେ ଭାରତ କେତେ ଆଗେଇଛି , ତାହା ଏହି ବିକଶିତ ସଂକଳ୍ପ ଯାତ୍ରାର ଲକ୍ଷ୍ୟ | ଯାହା ଫଳରେ ଲୋକେ ମଧ୍ୟ ଅବଗତ ହୋଇ ପାରିବେ, ମୋଦୀ ସରକାର କରିଛି କଅଣ, ଆଗକୁ ମଧ୍ୟ କଅଣ କରିବ |
ଯାହାକୁ ଜଳନ୍ତ ଉଦାହରଣ ଉଜ୍ଜଳା ଗ୍ୟାସ, ମାଗଣା ଚାଉଳ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ଇତ୍ୟାଦି | ଗତକାଲି ବହଳଦା କିଚକେଶ୍ବରୀ ମନ୍ଦିର ନିକଟରେ ବିକଶିତ ଭାରତ ରଥକୁ ସ୍ବାଗତ କରାଯିବା ପରେ ଅତିଥିଗଣ ସହିତ ଜନସାଧାରଣ ଶପଥ କରିବା ପରେ ନେତୃମଣ୍ଡଳୀୟ ଲୋକେ ମୋଦୀ ସରକାର କରିଛି କଅଣ, ତାହାର ବ୍ୟାଖ୍ୟା କରିଥିଲେ | ଏଥିରେ ଭାରତୀୟ ଜନତା ଦଳର ବହୁ କର୍ମୀ, ସ୍ଥାନୀୟ ଜନସାଧାରଣ, ଆଶାକର୍ମୀ ଓ ମିଶନ ଶକ୍ତି ମହିଳାମାନେ ଯୋଗ ଦେଇଥିଲେ |
ଉକ୍ତ ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଏ ବି ଡି ଓ ଶକ୍ତିପ୍ରସାଦ ପାଇକରାୟ, ସରପଞ୍ଚ ଲାଲମୋହନ ହାଁସଦାଃ, ଗୋଲରାମ ହେମ୍ବ୍ରମ, ଅତନୁ ମହାନ୍ତି, ଭି ଏଲ ଡ୍ବ୍ଲୁ ଦୀପକ କୁମାର ମହାନ୍ତ, ଭିଏଡ୍ବ୍ଲୁ ପାମ ଟୁଡୁ, ତରୁଣ ଦେ, ଭିକି ମିଶ୍ର, ଅଶୋକ ରାଉତ, ସଚ୍ଚିଦାନନ୍ଦ ଦାସ ଓ ଏମ ଓ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ |