ଇଣ୍ଡିଗୋକୁ ୨୨ କୋଟି ଫାଇନ୍

0

ଓଡ଼ିଆ ନ୍ୟୁଜ୍: ୨୦୨୫ ଡିସେମ୍ୱରରେ ଇଣ୍ଡିଗୋ ବିମାନ ସେବା ବ୍ୟାଘାତ ଘଟଣା।ଇଣ୍ଡିଗୋ କମ୍ପାନୀ ଉପରେ ୨୨ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍। ସିଭିଲ୍ ଏଭିଏସନ୍ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜରିମାନା।ଭାରତୀୟ ବିମାନ ଚଳାଚଳ ନିୟାମକ ସଂସ୍ଥା (DGCA) ରିପୋର୍ଟ ଅନୁସାରେ, ଏୟାରଲାଇନ୍ସ କର୍ତ୍ତୃପକ୍ଷ ନିଜର ଲାଭ ପାଇଁ କ୍ରୁ ସଦସ୍ୟ ଓ ବିମାନର ସର୍ବାଧିକ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ କୌଣସି ଜରୁରୀ ପରିସ୍ଥିତିରେ ବିମାନ ସେବା ସ୍ୱାଭାବିକ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା।

୨୦୨୫ର ଶୀତକାଳୀନ ସୂଚୀ ଏବଂ ନୂତନ ଡ୍ୟୁଟି ସମୟ ସୀମା (FDTL) ନିୟମକୁ ଲାଗୁ କରିବା ପୂର୍ବରୁ କମ୍ପାନୀ ଏହାର ପ୍ରଭାବକୁ ସଠିକ୍ ଭାବେ ଆକଳନ କରିନଥିଲା। ଏହି ଅବହେଳା ଯୋଗୁଁ ପ୍ରାୟ ୧୦ ଦିନ ଧରି ହଜାର ହଜାର ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ନିୟାମକ ସଂସ୍ଥା ପକ୍ଷରୁ କେବଳ ଜରିମାନା ନୁହେଁ, ବରଂ ଶୀର୍ଷ ପରିଚାଳନା କମିଟି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀର ସିଇଓଙ୍କ କାର୍ଯ୍ୟ ପରିଚାଳନା ଓ ସଂକଟ ପରିଚାଳନାରେ ଅବହେଳା ପାଇଁ ସତର୍କ କରାଯାଇଛି। ଅପରେସନ କଣ୍ଟ୍ରୋଲ ସେଣ୍ଟରର ମୁଖ୍ୟଙ୍କୁ ତୁରନ୍ତ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.