ଆଜିଠୁ ଖୋଲିଲା ମଣ୍ଡି, ହେଲେ କର୍ମଚାରୀଙ୍କ ଦେଖାନାହିଁ

0

ଓଡ଼ିଆ ନ୍ୟୁଜ୍: ଦୂର ହେଲା ଟୋକନ ଟେନସନ, ବିକ୍ରି ହେବ ଖରିଫ ଧାନ।ଗତକାଲି ୪୯ ହଜାର ୩୩୩ ଚାଷୀଙ୍କୁ ଆସିଛି ଟୋକନ।ବରେଇପାଲି ମଣ୍ଡିରେ ବୈଠକ ପରେ ହେବ ଧାନ ବିକ୍ରି।ବରଗଡ଼ରେ ବି ଆଜିଠୁ ମଣ୍ଡି ଖୋଲିଲା, ବିକ୍ରି ହେବ ଧାନ।ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡିଗୁଡ଼ିକ ଖୋଲାଯାଇଛି। ଧାନ ଧରି ମଣ୍ଡିରେ ଚାଷୀମାନେ ମଧ୍ୟ ପହଞ୍ଚିଛନ୍ତି। ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବିକ୍ରି ଅପେକ୍ଷାରେ ପଡ଼ିରହିଛି।

ହେଲେ ଧାନ କିଣାବିକା ପାଇଁ ମଣ୍ଡିରେ ନିୟୋଜିତ କର୍ମଚାରୀଙ୍କ ଦେଖା ନାହିଁ। ସେହିପରି ଗୁରୁବାର ରାତିରେ କେତେକ ଚାଷୀଙ୍କ ପାଖକୁ ଧାନ ବିକ୍ରି ଟୋକନ୍‌ ପହଞ୍ଚିଛି। ମାତ୍ର ତାହା ମଧ୍ୟ ଧର୍ମକୁ ଆଖିଠାର ଭଳି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଏଭଳି ଅବ୍ୟବସ୍ଥା ଏବଂ ଅଚଳାବସ୍ଥା ଯୋଗୁ ଜିଲାରେ ଚାଷୀ ଅସନ୍ତୋଷ ପୁଣି ତେଜି ଉଠୁଛି।

Leave A Reply

Your email address will not be published.