ସ୍ତ୍ରୀକୁ ହତ୍ୟା; ଜୀବନ ହାରିବାକୁ ସ୍ୱାମୀଙ୍କ ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍: ଏସ୍‌. କୁଣ୍ଡାମାଲ ଗାଁରେ ସ୍ତ୍ରୀକୁ ହତ୍ୟା ଅଭିଯୋଗ।ସ୍ତ୍ରୀର ମୃତ୍ୟୁ ପରେ ଜୀବନ ହାରିବାକୁ ସ୍ୱାମୀଙ୍କ ଉଦ୍ୟମ। ବିଷ ପିଇ ଦେବା ପରେ ଜୁନାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। ସ୍ତ୍ରୀକୁ ହତ୍ୟା ପରେ କେନାଲରେ ଫିଙ୍ଗିଥିବା ସ୍ୱାମୀଙ୍କ ସ୍ୱୀକାର। ମୃତଦେହ ଖୋଜିବାରେ ଲାଗିଛନ୍ତି ପୋଲିସ ଓ ଅଗ୍ନିଶମ ଟିମ୍।

ଖବର ଅନୁଯାୟୀ, ଜୁନାଗଡ଼ ଥାନା ଏସ କୁଣ୍ଡାମାଲ ଗାଁରୁ ଆସିଛି ଅଭାବନୀୟ ଘଟଣା । ଯେଉଁଠାରେ ଜଣେ ପୁରୁଷ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ହତ୍ୟା ପରେ ସ୍ତ୍ରୀକୁ କେନାଲରେ ଫିଙ୍ଗି ଦେଇଥିବା ବେଳେ ନିଜେ କେନାଲ ହୁଡ଼ାରେ ବସି ବିଷ ପିଇଦେଇଥିଲା ।

ଅନ୍ୟପଟେ ବର୍ତ୍ତମାନ ଯାଏଁ ହତ୍ୟା ଏବଂ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସ୍ୱାମୀକୁ ଗୁରୁତର ଅବସ୍ଥାରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜୁନାଗଡ଼ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.