ଚାକିରିରୁ ନିଲମ୍ବିତ ହେଲେ ଉପଜିଲ୍ଲାପାଳ ଧୀମାନ ଚକମା

0

ଓଡ଼ିଆ ନ୍ୟୁଜ୍: ଚାକିରୀରୁ ନିଲମ୍ବିତ ହେଲେ ଉପଜିଲ୍ଲାପାଳ ଧୀମାନ ଚକମା। ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗତ ରବିବାର ରାତି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମନ ଚକମା ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଅଭିଯୁକ୍ତ ଅଧିକାରୀ ଗିରଫ ହେଲା ପରେ ଫାଇଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦସ୍ତଖତ ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।  ୨୦୨୧ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଧୀମନ ଚକମା ଧର୍ମଗଡ଼ରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ।

ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟି କିସ୍ତିରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ନେବାକୁ କହିଥିଲେ। ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ। ଅଭିଯୋଗକ୍ରମେ ସୋମବାର ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ମାମଲା ସମ୍ପର୍କରେ ରିପୋର୍ଟ କରିଥିଲେ। ପରେ ଉପଜିଲ୍ଲାପାଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଭିଜିଲାସନ୍ସ।

Leave A Reply

Your email address will not be published.