ଧର୍ମେନ୍ଦ୍ରଙ୍କୁ ପୁଣି ପାଣ୍ଡିଆନ୍‌ଙ୍କ ଟାର୍ଗେଟ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ ବ୍ଲକ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପାରିଥାନ୍ତେ । ଏ ଅଞ୍ଚଳର ପିଲା ସିବିଏସ୍‌ସି ପାଠ ପଢ଼ିବାର ସୁଯୋଗ ପାଇଥାନ୍ତେ ।

ମାତ୍ର ବିଡ଼ମ୍ବନାର ବିଷୟ, କେନ୍ଦ୍ରରେ ଦୀର୍ଘ ଦିନ ଧରି ପ୍ରଭାବଶାଳୀ ମନ୍ତ୍ରୀ ରହିବା ସତ୍ତ୍ୱେ ସେ ନିଜ ଅଞ୍ଚଳ ପାଇଁ କିଛି କଲେନାହିଁ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ ଅବସରରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ୍ କରିଛନ୍ତି ।

ଶ୍ରୀ ପାଣ୍ଡିଆନ ପ୍ରଥମେ ଗଡ଼ସନ୍ତ୍ରୀ ଠାରେ ଥିବା ମା ଲୋଭୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ଠାରେ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ସେ ସିଧାସଳଖ ତିନିଟି ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ମାଟିର ସନ୍ତାନ । ଏ ମାଟି ତାଙ୍କୁ ନେଇ ଗର୍ବ କରିବାର କଥା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସବୁଠୁ ଅଧିକ ସୁଯୋଗ ସେ ପାଇଛନ୍ତି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ବ୍ଲକ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପାରିଥାନ୍ତେ । ଫଳରେ ଏ ଅଞ୍ଚଳର ପିଲା ସିବିଏସ୍‌ସି ପାଠ ପଢ଼ିବାର ସୁଯୋଗ ପାଇଥାନ୍ତେ । ମାତ୍ର ଏତେ ବର୍ଷ ହେଲା କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ରହିବା ସତ୍ତ୍ୱେ ସେ ନିଜ ଅଞ୍ଚଳ ପାଇଁ କିଛି କଲେ ନାହିଁ ।

Leave A Reply

Your email address will not be published.