ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ ରିଛନ୍ତି ଯେ ଓଡ଼ିଶାର ଘଞ୍ଚ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଆମ ରାଜ୍ୟର ଅନନ୍ୟ ପରିଚୟ । ପ୍ରକୃତି ଓ ପର୍ଯ୍ୟାବରଣରେ ହାତୀ ମାନଙ୍କର ସ୍ଥାନ ସ୍ୱତନ୍ତ୍ର । ମାତ୍ର ଦୀର୍ଘ ବର୍ଷ ଧରି ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ବେଶ୍ ଉଦବେଗଜନକ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ପରି ହାତୀ ବହୁଳ ରାଜ୍ୟରେ ବିଗତ 12 ବର୍ଷରେ ପ୍ରାୟ 947ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶୀକାରୀଙ୍କ ଗୁଳି, ବିଷ ପ୍ରୟୋଗ, ବ୍ୟବସ୍ଥାର ତ୍ରୁଟିରୁ ବିଦ୍ୟୁତ୍ ଆଘାତ ବା ଦୁର୍ଘଟଣା ଯୋଗୁଁ ଅନେକ ହାତୀଙ୍କ ମୃତ୍ୟୁ ଘଟିବା ଚିନ୍ତାର ବିଷୟ ।
ନିକଟ ଅତୀତରେ କଟକ ଜିଲ୍ଲାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ବନ୍ୟପ୍ରାଣୀ ଓ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଛି । ହାତୀ ସୁରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ ନେବା ଜରୁରୀ । ରାଜ୍ୟ ସରକାର ଅବିଳମ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଶୀକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।