୧୧ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲର ଡାକ୍ତର ଉମାକାନ୍ତ ଖେଜୁରିଆ,

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର । ଢେଙ୍କାନାଳ ମୁଖ୍ୟ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । LIC ଡେଥ୍‌ କ୍ଲେମ୍‌ କେସ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ । ଏବେ ସାମ୍ନାକୁ ଆସିଛି ଡାକ୍ତରଙ୍କ କିଛି ଭିଡ଼ିଓ । ଯେଉଁଥିରେ ସେ ନାଚୁଥିବାର ଦୃଶ୍ୟ ରହିଛି । ଭିଡ଼ିଓରେ ଅଭିନୟ କରୁଛନ୍ତି ଡାକ୍ତର ଉମାକାନ୍ତ ଖେଜୁରିଆ । ଷ୍ଟାଇଲରେ ଗାଡ଼ିରୁ ଓହ୍ଲାଉଛନ୍ତି । ସୁନ୍ଦର ଭାବେ ନୃତ୍ୟ କରୁଛନ୍ତି ଡାକ୍ତର । ତାଙ୍କର ନିଜର ଏକ ୟୁ ଟ୍ୟୁବ ଚ୍ୟାନେଲ ରହିଛି । ଯେଉଁଥିରେ ଭିଡ଼ିଓକୁ ଅପଲୋଡ କରାଯାଇଛି ।

ଗତକାଲି ଜଣେ ୮ ବର୍ଷୀୟ ନାବାଳିକାଙ୍କ ପାଇଁ ବୀମା କାଗଜପତ୍ରରେ ଦସ୍ତଖତ କରିବାକୁ ଲାଞ୍ଚ ଦାବି କରିଥିଲେ ଡାକ୍ତର ଉମାକାନ୍ତ ଖେଜୁରିଆ । ନାବାଳିକାଙ୍କ ବାପା ପୂର୍ବରୁ ମୃତ୍ୟୁବରଣ କରିଥିବାବେଳେ ନିକଟରେ ତାଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଡାକ୍ତର ଉମାକାନ୍ତଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଥିଲେ ।

Leave A Reply

Your email address will not be published.