ମାଞ୍ଜାସୂତା ଲାଗି ଜଣେ ଆହତ

0

ଓଡ଼ିଆ ନ୍ୟୁଜ୍: ମାଞ୍ଜାସୂତା ଆତଙ୍କ; ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି।ଟାଉନ ଥାନା ଅନ୍ତର୍ଗତ ମୀନାବଜାର ନିକଟରେ ଦୁର୍ଘଟଣା।ମାଞ୍ଜାରେ କଟିଲା ଯୁବକଙ୍କ ନାକ ଓ ଆଙ୍ଗୁଠି, ଅଳ୍ପକେ ବର୍ତ୍ତିଲେ ଆଉ ଜଣେ। ଆହତ ଯୁବକ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ରାସ୍ତାରେ ବାଇକରେ ଯାଉଥିବା ଅଭିଷେକ ସାହୁ(୨୩) ନାମକ ଜଣେ ଯୁବକଙ୍କ ମୁହଁରେ ମାଞ୍ଜାସୂତା ଆସି ଲାଗି ଯାଇଥିଲା । ଏଥିରେ ତାଙ୍କର ନାକ ଓ ଆଙ୍ଗୁଠି କଟିଯାଇଥିବା ନେଇ ସୂଚନା ରହିିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ସଦର ଥାନା ସାଇଁବିରି ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଏହି ଘଟଣାରେ ବାଜିଚୌକ ଅଂଚଳର ବ୍ରହ୍ମାନନ୍ଦ ସାହୁ ନାମକ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। ଖବରପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । ସହରରେ ଗୁଡି ବିକ୍ରି ହେଉଥିବା ବିଭିନ୍ନ ଦୋକାନରେ ପୋଲିସ ଚଢାଉ କରି କିଛି ପରିମାଣରେ ମାଞ୍ଜା ସୂତାକୁ ଜବତ କରିଥିବା ନେଇ ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନାରୁ ଜଣାପଡିଛି ।

Leave A Reply

Your email address will not be published.