ପରିବା ବ୍ୟବସାୟୀକୁ ଆକ୍ରମଣ

0

ଓଡ଼ିଆ ନ୍ୟୁଜ୍: ବାଜି ଚୌକରେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ।ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ। ଗୁରୁତର ବ୍ୟବସାୟୀ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର।ଅଭିଯୁକ୍ତ ଫେରାର୍, ଟାଉନ୍‌ ପୋଲିସ୍‌ର ତଦନ୍ତ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଣାପଡିଛି। ଗୁରୁତର ପରିବା ଦୋକାନୀ ସ୍ଥାନୀୟ ରଗଡି ସାହିର ପାଟୁ ଓରଫ ଦିପୁନ ପ୍ରଧାନ ବୋଲି ଜଣାପଡିଛି।

କିଛି ପ୍ରତକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଦିପୁନ ପ୍ରଧାନ ପରିବା ଦୋକାନରେ ବସିଥିବା ବେଳେ ଅଚାନକ ୩ଟି ବାଇକରେ ୫ଜଣ ଯୁବକ ହାତରେ ପିସ୍ତଲ, ଖଣ୍ଡା, ଭୁଜାଲି ଓ ଠେଙ୍ଗା ଧରି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଖଣ୍ଡାରେ ହାଣି ପକାଇବାରୁ ଦିପୁନ ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ଥିଲେ। ତେବେ ତାଙ୍କୁ ଗୋଡ଼ାଇବା ବେଳେ ସ୍ଥାନୀୟ ଲୋକ ଆସିଯିବାରୁ ସେମାନେ ଦୁଇଟି ବାଇକ ଯୋଗେ ପଳାଇଥିଲେ। ଫଳରେ ଦୁର୍ବୁତ୍ତ ଛାଡି ପଳାଇଥବା ଗୋଟିଏ ବାଇକ ରହିଯାଇଛି।

Leave A Reply

Your email address will not be published.