ବଜ୍ରାଘାତରେ ଚାଲିଗଲା ୨ ନିରୀହ ଜୀବନ

0

ଓଡ଼ିଆ ନ୍ୟୁଜ୍: ଦିଗପହଣ୍ଡିରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଜ୍ରାଘାତରେ 2 ନିରୀହ ଜୀବନ ଯାଇଥିବା ଜଣାପଡ଼ିଛି ।ଖବର ଅନୁସାରେ, ବଜ୍ରାଘାତରେ ଅଜା, ନାତୀଙ୍କର ମୃତ୍ୟୁ ହୋଇଛି । ଜରଡା ଥାନା ନାରାୟରଣପୁର ଗ୍ରାମରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁସାରେ, ଅଜା, ନାତି ମଇଁଷି ଚରାଇବା ପାଇଁ ଯାଇଥିଲେ । ସେହି ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ତେବେ ଘଟଣାସ୍ଥଳରେ ହିଁ 2 ଜଣଙ୍କର ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

Leave A Reply

Your email address will not be published.