ଓଡ଼ିଆ ନ୍ୟୁଜ୍: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ, ରାqqମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ । ଦୀଘା ମନ୍ଦିରକୁ ଦାରୁ ଯିବା ନେଇ ବାବାଦୀୟ ବୟାନ ପ୍ରସଙ୍ଗ । କୈଫିୟତ ମାଗିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୭ ଦିନ ଭିତରେ ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା କରାଯାଇଥିଲା ।
ପାଖାପାଖି ଦେଢ ଘଣ୍ଟା ଧରି ପଚରାଉଚରା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ପକ୍ଷ ରଖିବା ପାଇଁ ହାଜର ହୋଇଥିଲେ ସେବାୟତ ନିଯୋଗର ସଭାପତି । ପକ୍ଷ ରଖିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ।