ଓଡ଼ିଆ ନ୍ୟୁଜ୍: ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ।ବାସଭବନକୁ ଯାଇ ଭେଟି ଆଲୋଚନା କଲେ।ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ। ୩ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା କହିଲେ ବିଜୟ।ନବୀନ ବାବୁଙ୍କ ପ୍ରତି ଅସନ୍ତୋଷ ବଢ଼ୁଛି ବୁଝିପାରୁ ନାହାଁନ୍ତି।ନବୀନ ବାବୁ ଆତ୍ମସମୀକ୍ଷା କରିବା ପାଇଁ ସମୟ ଆସିଛି- ବିଜୟ। ବରିଷ୍ଠ ନେତା ରବି ପାଣି ମଧ୍ୟ ଦୁଇ ନେତାଙ୍କୁ ଭେଟିଲେ।ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ କହିଲେ ରବି ପାଣି।
ସେପଟେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ନିକଟକୁ ଛୁଟିଲାଣି ଶୁଭେଚ୍ଛାରେ ସୁଅ । ଏତେ ସଂଖ୍ୟକ କ୍ରସ୍ ଭୋଟିଂର ସୂଚନା ପରେ ଦିଲ୍ଲୀପ ରାୟଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି । ଯାହାକୁ ନେଇ ମେ’ ଫେୟାର ହୋଟେଲ ସମ୍ମୁଖରେ ଦିଲ୍ଲୀପ ରାୟଙ୍କ ସମର୍ଥକ ବାଜା ବଜାଇ ସେଲିବ୍ରେସନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀପ ରାୟ ମଧ୍ୟ କହିଛନ୍ତି, ମୁଁ ମ୍ୟାଜିକ୍ ନମ୍ବର କ୍ରସ୍ କରିଯାଇଛି । ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଲ୍ଲୀପ ରାୟ । ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ । ମୋତେ ସମସ୍ତେ ଭୋଟ୍ ଦେଇଛନ୍ତି । ମୁଁ ରାଜ୍ୟବାସୀଙ୍କ ପାଇଁ କାମ କରିବି ବୋଲି ଦିଲ୍ଲୀପ ରାୟ କହିଛନ୍ତି ।