ଓଡ଼ିଆ ନ୍ୟୁଜ୍: ସ୍ବାଧୀନ ପ୍ରାର୍ଥିତ୍ବ ଘୋଷଣା ପରେ ଦିଲ୍ଲୀପ ରାୟଙ୍କ ବଡ଼ ବୟାନ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସାରିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲଙ୍କୁ ଭେଟିଛି। ସବୁ ଦଳର ସମର୍ଥନ ପାଇଁ ଉଦ୍ୟମ ଜାରି ରଖିବି।ନବୀନ ବାବୁ ଓ ଭକ୍ତ ବାବୁଙ୍କୁ ଭେଟିବା ପାଇଁ ସମୟ ମାଗିବି।ଯଦି ସେମାନେ ସମୟ ଦିଅନ୍ତ ତାହେଲେ ଭେଟି ସମର୍ଥନ ଲୋଡ଼ିବି।୨୦୦୨ ନିର୍ବାଚନରେ ୩୦ ଭୋଟ୍ ପାଇଥିଲି, ଏଥର ବି ଆଶାବାଦୀ।
ଏପିରିକି ଦିଲ୍ଲୀପ ରାୟ ଆସନ୍ତା ୫ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କ ଦାଖଲ କରିବା ନେଇ ସୂଚନା ମିଳିଛି । ବିଜେପି ପକ୍ଷରୁ ଦିଲ୍ଳୀପଙ୍କୁ ସମର୍ଥନ କରାଯିବା ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରକାଶ କରିଛନ୍ତି ।ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବାକୁ ଦଳ ନୀତିଗତ ନିଷ୍ପତ୍ତି ନେଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ବିଜୁ ଜନତା ଦଳ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ୪ର୍ଥ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଡ, ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି ।