ନୂଆପଡ଼ାରେ ହୀରା ଖଣିର ସନ୍ଧାନ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ। ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଜୁନାଗଡ଼ ବ୍ଲକ୍‌ ହୀଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଚିହ୍ନଟ। ଦେବଗଡ଼ ଜିଲ୍ଲାରେ ତମ୍ବାବାହୀ ପଥର, ଗ୍ରାଫାଇଟ, ନିକେଲ ସହ ସୁନା ଚିହ୍ନଟ। ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନା ପଥର ଥିବା ସନ୍ଧାନ ମିଳିଛି।

ସୂଚନା ଥାଉକି, ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ଓ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ।

Leave A Reply

Your email address will not be published.