ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋନୀ ଟିଭିର ଧାରାବାହିକ CIDରେ ଫ୍ରେଡେରିକ୍ସଙ୍କ ଭୂମିକା ପାଇଁ ପ୍ରସିଦ୍ଧ ଦୀନେଶ ଫଡନିସଙ୍କର 57 ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବରକୁ ଅନ୍ତରଙ୍ଗ ବନ୍ଧୁ ଦୟାନନ୍ଦ ସେଟ୍ଟୀ ନିଶ୍ଚିତ କରି କହିଛନ୍ତି ଯେ ମୁମ୍ବାଇର ଟୁଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରାତି 12:08ରେ ଦୀନେଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଏଥି ସହ ସେ ମଲ୍ଟିପଲ ଅର୍ଗାନ ଫେଲୁୟର ହେବା ଯୋଗୁଁ ନିଧନ ହୋଇଥିବା ଖବର ମିଳିଛି | ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ତଥା ଦିନେଶ ଫଡନିସଙ୍କର ଅତି ଘନିଷ୍ଠ ବନ୍ଧୁ ଥିବା ଦିନାନନ୍ଦ ଶେଟ୍ଟୀ ଏନେଇ ସ୍ପଷ୍ଟ ହୋଇଛି । ଦୀନେଶ ଯକୃତ, ହୃଦୟ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ଫଳରେ ତାଙ୍କର ଶରୀରର ଅସୁସ୍ଥତା ଦିନକୁ ଦିନ ବଢଚାଲିଥିଲା । ଦୀନେଶଙ୍କୁ ୩୦ ନଭେମ୍ବରରୁ କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତାଙ୍କ ଅବସ୍ଥା ଏମିତି ହୋଇଥିଲା ଯେ, ଅଭିନେତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।ଟିଭି ଶୋ ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଥିଲେ ଦିନେଶ । ୧୯୯୮ରେ ଆରମ୍ଭ ହେବା ଦିନରୁ ଦିନେଶ ଫଡନିସ୍ ସୋ CID ସହିତ ଜଡିତ ଥିଲେ । CID ର ଦୁଇ ଦଶନ୍ଧି ଯାତ୍ରା ସମୟରେ ସେ ସବୁବେଳେ ସୋ’ରେ ନଜର ଆସିଥିଲେ । ଏହି ଶୋ’ରେ ୨୦ ବର୍ଷ କାମ କରିଛନ୍ତି ଏବଂ ତାଙ୍କ ଚରିତ୍ର ସହିତ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି ।