ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ସମଗ୍ର ଦେଶରେ ସଂକ୍ରମଣ ବଢୁଛି । ଆମର ବି 500 ରୁ 600 ଭିତରେ ରହୁଛି । ପ୍ରଥମ ଲହର ଆଉ ବର୍ତ୍ତମାନ ଭିତରେ ବହୁତ ଫରକ ରହିଛି । ଫରକ ହେଉଛି ପ୍ରଥମ ଓ ଦ୍ୱିତୀୟ ଲହରରେ 15 ପ୍ରତିଶତ ଲୋକେ ମେଡ଼ିକାଲ ଯାଉଥିଲେ । ଏବେ 3360 ଆକ୍ଟିଭ କେସ ମଧ୍ୟରୁ 28 ଜଣ ହସ୍ପିଟାଲରେ ରହିଛନ୍ତି । ଯାହା କି ବହୁତ ନଗଣ୍ୟ । ଏହାର ଅର୍ଥ ଅଧିକାଂଶ ଲୋକେ ବିନା ଲକ୍ଷଣ ଯୁକ୍ତ ରହୁଛନ୍ତି । ଆଉ ଯଦି ଲକ୍ଷଣ ରହିଛି ସେମାନେ ଅଧିକ ସିଭିୟର ହେଉ ନାହାନ୍ତି କି ଡାକ୍ତରଖାନା ଯାଉ ନାହାଁନ୍ତି। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ଟିକିଏ ମେଡ଼ିକାଲ ର ଆବଶ୍ୟକ କରୁଛନ୍ତି ।
ଆମର ସେହି ଓମିକ୍ରନ ଭ୍ୟାରିୟଣ୍ଟ ରହିଛି । ଗତ 4 ମାସ ହେବ ଡେଲଟା ର ଉପସ୍ଥିତି ଆଉ ନାହିଁ ଆମ ରାଜ୍ୟରେ। ବର୍ତ୍ତମାନ ସୁଦ୍ଧା ଡେଲଟା ପରି ଭୟଙ୍କର ହେବା ଭଳି କୌଣସି ଭ୍ୟାରିୟଣ୍ଟ ଚିହ୍ନଟ ହୋଇନାହିଁ । ଆମେ ଏବେ ବି ଅପିଲ କରୁଛୁ ଲକ୍ଷଣ ଯୁକ୍ତ ଲୋକେ ପରୀକ୍ଷା କରି ଆଇସୋଲେଟ ହୁଅନ୍ତୁ । ଆମ ରାଜ୍ୟର ଉପର ମୁହାଁ ହେଉଥିବା ଟ୍ରେଣ୍ଡ କିଛି ପରିମାଣରେ ବଢ଼ିବ ମାତ୍ର ସେପରି ଭୟଙ୍କର ହେବ ନାହିଁ । ଯାହା ଅନୁମାନ କରାଯାଉଛି ଏହା ବେଶୀ ଦିନ ରହିବ ନାହିଁ । ଖୁବଶୀଘ୍ର ତଳମୁହାଁ ହେବ ।
ପଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ଲାଗି ଅଧିକ ଟଙ୍କା ନିଆଯାଉ ଥିବା ନେଇ ପ୍ରତିକ୍ରିୟା
ସରକାରୀ ବ୍ୟବସ୍ଥା ରେ ମାଗଣା ହେଉଛି । ଲୋକେ ଘରୋଇ ହସ୍ପିଟାଲକୁ କାହିଁକି ଯାଉଛନ୍ତି । ଆମେ ସରକାରୀ ବ୍ୟବସ୍ଥାରେ ମାଗଣାରେ ଲୋକ ଙ୍କୁ ଡାକୁଛୁ ଆସିକି ଟେଷ୍ଟିଂ କରିବା ପାଇଁ । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ମାଗଣା ଟେଷ୍ଟିଂ ଟ୍ରିଟମେଣ୍ଟ ମାଗଣା ନେବା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକେ ତାହାର ସୁବିଧା