ଓଡ଼ିଆ ନ୍ୟୁଜ୍: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା । ବିପର୍ଯ୍ୟୟ ଭବନ କରିବେ ରାଜ୍ୟ ସରକାର । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବେ ସରକାର । ଗୋଟିଏ ଵିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗର କାର୍ଯ୍ୟାଳୟ । ସବୁ କାର୍ଯ୍ୟାଳୟ ଗୋଟିଏ ଵିଲ୍ଡିଂରେ ରହିବ । ଏଥିପାଇଁ 200 କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଲ୍ଟି ଷ୍ଟରେଡ ଏବଂ ଭୂତଳ ବିଲ୍ଡିଙ୍ଗ ନିର୍ମାଣ ହେବ । ସଚିବାଳୟ ନିକଟରେ ଜମି ଚିହ୍ନଟ କରାଯାଇଛି । ଵିଲ୍ଡିଂରେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବସ୍ଥା କରାଯିବ । କାର୍ଯ୍ୟାଳୟ ନିର୍ମାଣ ପାଇଁ ଲାଗିବ 2 ବର୍ଷ ସମୟ । ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ ।
ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷା କରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ି ହେବ ସେ ନେଇ ବ୍ୟବସ୍ଥା କରାଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ବି ମଗାଯାଇଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ହେଲେ ମଧ୍ୟ ଆଗକୁ ଆହୁରି କାମ କରାଯାଇପାରିବ । ତା ପାଇଁ ବର୍ତ୍ତମାନ ଠାରୁ ପଦକ୍ଷେପ ଆରମ୍ଭ କରାଯାଉଛି ।