ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲା ସିଙ୍ଗାପୁରୁ ରୋଡ୍‌ ରେଳ ଷ୍ଟେଶନରେ ଅଘଟଣ, ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇପଡ଼ିଛନ୍ତି।

ଗୁରୁତର ମା’ ଝିଅ ଦ୍ୱୟ ହେଲେ ଚୈତନ୍ୟ ଚନ୍ଦନାଙ୍କ ପତ୍ନୀ ରତିକା ଚନ୍ଦନା ଓ ତାଙ୍କ ୪ ବର୍ଷର ଝିଅ ହସ୍ତିନା ଚନ୍ଦନା । ତେବେ ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବାସିନ୍ଦା ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଏକ ଦଶାହ କର୍ମରେ ଯୋଗ ଦେବାକୁ ରାୟଗଡା ଜିଲ୍ଲାର ଜିଞ୍ଜିଲିବାଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ଫେରୁଥିବା ବେଳେ ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।

ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରୁ ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଟ୍ରେନ୍‌ ଚଢ଼ୁଥିଲେ। ମାତ୍ର ହଠାତ୍‌ ଚଳନ୍ତା ଟ୍ରେନରୁ ଉଭୟ ମା’ ଝିଅ ଖସି ପଡ଼ିଥିଲେ। ଦୁର୍ଘଟଣାରେ ରତିକା ଚନ୍ଦନାଙ୍କ ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନାଙ୍କ ଡାହାଣ ହାତ ଓ ଗୋଡ଼ କଟି ଯାଇଛି। ମୁମୁର୍ଷ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.