ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୁଷ୍ଠ ଏବଂ ଫାଇଲେରିଆ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ | ଆଜି ବାମନଘାଟୀ ଉପଖଣ୍ଡ ଗୋରୁମହିଷାଣୀ ଠାରେ ପ୍ରପାଇଟର ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ସ ପ୍ରାଇଭେଟ (ଗୋରୁମହିଷାଣୀ ଲୌହ ଖଣି) ର ମ୍ୟାନେଜର ଶ୍ରୀଯୁକ୍ତ ବିକାଶ ରଂଜନ ନାୟକ ଏବଂ ଲେବର ୟୁନିଯନର ସଭାପତି ଶ୍ରୀ ସତ୍ୟବ୍ରତ ଦାସଙ୍କ ଉପସ୍ଥିତିରେ ତଥା ଲେପ୍ରାସୋସାଇଟି ଆୟୋଜନରେ ୩୫ ଜଣ କୁଷ୍ଠ ଭିନ୍ନକ୍ଷମ ବ୍ୟକ୍ତି ଏବଂ ୭ ଜଣ ଫାଇଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ମାଗଣାରେ ବଣ୍ଟନ କରାଯାଇଛି |
ଏହି ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଲେପ୍ରାସୋସାଇଟି କ୍ଷେତ୍ର କର୍ମୀ ସୁକୁମତି ହେମ୍ବ୍ରମ, ଅମ୍ବୁବତୀ ଦଳାଇ, ରବୀନ୍ଦ୍ର କୁମାର ଦାସ, ଲେପ୍ରାସୋସାଇଟି ର ପ୍ରଜେକ୍ଟ ଏସୋସିଏଟ୍ ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି ଶୀତବସ୍ତ୍ର ବଣ୍ଟନରେ ସହାୟତା କରିଥିଲେ |
ଶେଷରେ ପ୍ରପାଇଟର ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡର ମ୍ୟାନେଜର ଶ୍ରୀ ବିକାଶ ରଂଜନ ନାୟକ ଆଶା ପ୍ରକଟ କରିଛନ୍ତି ଯେ ଆଗାମୀ ଦିନରେ ରାଇରଙ୍ଗପୁର ଅଞ୍ଚଳରେ ଥିବା କୁଷ୍ଠ ଏବଂ ଫାଇଲେରିଆ ରୋଗୀଙ୍କ ନିମନ୍ତେ ସହାୟତା ଜାରି ରହିବ