ଓଡିଆ ନ୍ୟୁଜ (ବ୍ୟୁରୋ) : ଲୋକସଭାରେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଆଜି ଦ୍ପିତୀୟ ଦିନରେ ମଧ୍ୟ ଗ୍ୟହରେ ବିରୋଧୀ ହଙ୍ଗାମା କରିଛନ୍ତି । ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଛନ୍ତି ରାହୁଲ। ସେ କହିଛନ୍ତି, ‘ମୁଁ ସମୁଦ୍ର ତଟରୁ କାଶ୍ମୀର ପର୍ୟ୍ୟନ୍ତ ଯାତ୍ରା କରିଛି। ଯାତ୍ରା ସମୟରେ ସବୁଦିନ ସକାଳ ୬ରୁ ରାତି ୭/୮ ପର୍ୟ୍ୟନ୍ତ ସବୁ ବର୍ଗର ଲୋକଙ୍କ ସହ ଭେଟିଛି, ଆଉ ସେମାନଙ୍କ ଅଭିଯୋଗ ଶୁଣିଛି। ବୃଦ୍ଧରୁ ବାଳୁତ ସମସ୍ତେ ଆସି ମୋତେ ସମର୍ଥନ ଜଣାଇଛନ୍ତି। ଏହି ଯାତ୍ରା ପ୍ରକ୍ରିୟା ଏହିପରି ଜାରି ରହିବ। ‘ସେ ଆହୁରି କହିଛନ୍ତି ଯେ, ଯାତ୍ରା ଆରମ୍ଭରେ ମୁଁ ଜାଣିନଥିଲି କାହିଁକି ଏ ଯାତ୍ରା ଆରମ୍ଭ କରିଛି।
ଭାରତ ଯୋଡ ଯାତ୍ରା ଆରମ୍ଭ ସମୟରେ ମୋ ମନରେ ଅହଙ୍କାର ଥିଲା। ଧୀରେ ଧୀରେ କଷ୍ଟ ପାଇଲି, ଅହଙ୍କାରକୁ କ୍ରମେ ଡରାଇବାକୁ ଲାଗିଲି। ଏହି ସମୟରେ ସାଧାରଣ ଜନତାଙ୍କ ଅନେକ ଅଭିଯୋଗ ଶୁଣିଲି ଆଉ ସମର୍ଥନ ବି ପାଇଲି। ଚାଷୀଙ୍କୁ ଫସଲ ବିମା ଦିଆଯାଉନଥିବା ଯାତ୍ରା ସମୟରେ ଜାଣିବାକୁ ପାଇଲି। ଏହାପରେ ମଣିପୁର ହିଂସା ବାବଦରେ ପକ୍ଷ ରଖି ରାହୁଲ ଗାନ୍ଧୀ କହିଛନ୍ତି, ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି। ବିଜେପି ପୂରା ହିନ୍ତୁସ୍ତାନକୁ ମଣିପୁରରେ ହତ୍ୟା କରିଛି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ଏପର୍ୟ୍ୟନ୍ତ ଗଲେ ନାହିଁ। ମୋତେ ଦୁଃଖ ବଖାଣିବା ସମୟରେ ବେହୋସ୍ ହୋଇ ଯାଇଥିଲେ ମଣିପୁର ବାସିନ୍ଦା । କିଛି କହିବା ପୂର୍ବରୁ ସେମାନେ କାନ୍ଦି କାନ୍ଦି ବେହୋସ୍ ହୋଇ ଯାଉଥିଲେ। ମଣିପୁର ଆଉ ମଣିପୁର ହୋଇ ନାହିଁ, ତାକୁ ଭାଗ ଭାଗ କରି ଦିଆଯାଇଛି।