ଓଡ଼ିଆ ନ୍ୟୁଜ୍: ପୟାଶ୍ରାଦ୍ଧ ଓ ବଡ଼ବଡୁଆ ଡାକିବା ପାଇଁ ବଡ଼ ବ୍ୟବସ୍ଥା।ଘରେ ଘରେ ଝଲସୁଛି ରଙ୍ଗୀନ ଆଲୋକମାଳା। ଅସତ୍ୟ ଉପରେ ସତ୍ୟର ବିଜୟ ବହନ କରିଥାଏ ଦୀପାବଳି ପର୍ବ। ହିନ୍ଦୁମାନଙ୍କର ଏହି ମହାନ ପର୍ବରେ ପୂର୍ବପୁରୁଷଙ୍କୁ ମନେପକାଇବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡୁଆ ଡାକିଥାଉ।
ପିତୃପୁରୁଷଙ୍କ ଆଶୀର୍ବାଦ ଜୀବନର ଅନ୍ଧକାରକୁ ଦୂରୀଭୂତ କରି ଆଲୋକର ଶିଖା ପ୍ରଜ୍ୱଳିତ ହୋଇଥାଏ। ତେବେ ଧୀରେ ଧୀରେ ଆଲୋକର ପର୍ବ ଆତସବାଜିର ପର୍ବ ଭାବେ ପରିଗଣିତ ହେବାରେ ଲାଗିଲାଣି। ଫଳରେ ମାଟି ଦୀପ ଜାଳିବା ବଦଳରେ ଲୋକେ ରଙ୍ଗବେରଙ୍ଗର ଲିଚୁ ଲାଇଟ୍, କ୍ୟାଣ୍ଡେଲ ଓ ଆତସବାଜିରେ ଦୀପାବଳି ପାଳନ କରୁଛନ୍ତି।
ପରିବେଶ ପ୍ରଦୂଷଣ ହେବା ସହ ପ୍ରକୃତ ପରମ୍ପରା ହଜିଯିବାକୁ ବସିଲାଣି। ‘ଦୀପାବଳି’ ଶବ୍ଦର ପ୍ରକୃତ ଅର୍ଥ ବାଣ ଫୁଟାଇବା ନୁହେଁ, ବରଂ ଦୀପ ଜାଳି ନିଜ ଭିତରେ ସତ୍ୟ, ଧର୍ମ, ନ୍ୟାୟକୁ ଜାଗ୍ରତ କରିବା।