ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଫଳ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଫଳ ଆମ ଶରୀରରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନର ଅଭାବ ଦୂର କରିଥାଏ। ସୁସ୍ଥ ରହିବା ପାଇଁ ଆଜିକାଲି ସମସ୍ତେ ସବୁ ପ୍ରକାରର ଫଳ ଖାଇବା ପାଇଁ ପ୍ରାଥମିକତା ଦିଅନ୍ତି। ତେବେ ବେଳେବେଳେ ଆମେ ଫଳ ସହ ଅନ୍ୟ ସବୁ ପ୍ରକାରର ଜିନିଷ ମଧ୍ୟ ମିଶାଇ ଖାଇ ଦେଇଥାଉ। କିନ୍ତୁ ଏଭଳି ଖାଇବା ଠିକ୍ ନୁହେଁ। ଏହା ଆମ ପାଇଁ ବିପଦ ହୋଇପାରେ। ତେବେ କେଉଁ ଫଳ ସହ କାହାକୁ ମିଶାଇ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।
ଲେମ୍ବୁ ଓ ଭଣ୍ଡା- ପାଚିଲା ଭଣ୍ଡା ଏବଂ ଲେମ୍ବୁ ହେଉଛି ଏକ ମାରାତ୍ମକ ମିଶ୍ରଣ। ଏହି ଦୁଇଟି ଜିନିଷକୁ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ ହୋଇଥାଏ ବୋଲି ଡାକ୍ତରମାନେ କୁହନ୍ତି। ଏହି ଦୁଇଟି ଜିନିଷ ମିଶି ରକ୍ତରେ ହେମୋଗ୍ଲୋବିନ୍ ସମ୍ବନ୍ଧୀୟ ସମସ୍ୟା କରିପାରେ। ଲେମ୍ବୁ ଏବଂ ଭଣ୍ଡାକୁ ମିଶାଇ ଖାଇବା ଦ୍ୱାରା ଏହି ମିଶ୍ରଣ ରକ୍ତହୀନତା ସହ ଜଡିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।
କମଳା ଏବଂ ଗାଜର- ସେହିପରି କମଳା ଏବଂ ଗାଜରକୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। ଏହା ଶରୀରରେ କିଡନୀ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। କମଳା ଏବଂ ଗାଜରର ମିଶ୍ରଣ ମଧ୍ୟ ହୃଦଘାତ ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ପାଇଁ ଦାୟୀ ବୋଲି ଡାକ୍ତରମାନେ କୁହନ୍ତି।
କଦଳି ଓ ପିଜୁଳି- ଯଦି ଆପଣ କଦଳୀ ଏବଂ ପିଜୁଳିକୁ ଏକାଠି ଖାଉଛନ୍ତି ତେବେ ସାବଧାନ। ଏଭଳି ଭୁଲ୍ ଜମାରୁ ବି କରନ୍ତୁ ନାହିଁ। ଏହି ଦୁଇ ଫଳକୁ ଏକାଠି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଏହା ମୁଣ୍ଡାବିନ୍ଧା ଭଳି ସମସ୍ୟାକୁ ବଢ଼ାଇଥାଏ।
କଦଳି ଓ ପୁଡିଂ- କଦଳୀ ଏବଂ ପୁଡିଂର କମ୍ବିନେସନ ସବୁଠାରୁ ଘାତକ। ଏହା ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ କରିବା କାମ କରିଥାଏ। ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ଧରି ପେଟ ଜନିତ ସମସ୍ୟା ଲାଗି ରୁହେ।
କମଳା ଓ କ୍ଷୀର- କମଳା ସହିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। କମଳାରେ ଥିବା ଏସିଡ୍ ଶରୀରରେ ଥିବା ସେହି ଏନଜାଇମକୁ ନଷ୍ଟ କରିଥାଏ ଯିଏ ଖାଦ୍ୟ ହଜମ କରିବାରେ ସହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଛାତିରେ କଫ ସୃଷ୍ଟି ହୁଏ।
କ୍ଷୀର ଓ ସପୁରୀ- ସପୁରୀରେ ଥିବା ବ୍ରୋମେଲାଇନ୍ ନାମକ ପଦାର୍ଥ କ୍ଷୀରରେ ମିଶି ଶରୀରକୁ କ୍ଷତି ପହଞ୍ଚାଇବା କାମ କରିଥାଏ। କ୍ଷୀର ଓ ସପୁରୀକୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କୁ ଗ୍ୟାସ୍, ବାନ୍ତି, ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଇ ଗତି କରିବାକୁ ପଡିପାରେ।
ଫଳ ଏବଂ ମିଠା- ଯେକୌଣସି ଫଳ ସହ ମିଠାକୁ ମିଶାଇ ଖାଇବା ପାଇଁ ଡାକ୍ତରମାନେ ବାରଣ କରନ୍ତି। ଫଳ ଏବଂ ମିଠାର କମ୍ବିନେସନର ଆମ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ଏସିଡିଟି, ମୁଣ୍ଡବିନ୍ଧା ତଥା ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ।