ଟ୍ରେଡିଂ ଆପ ଜରିଆରେ ଠକେଇର ଶିକାର ହେଲେ ଡାକ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଦୃଶ୍ୟ ଠକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଣି ଅନଲାଇନ ଟ୍ରେଡିଂ ଆପ୍ଲିକେସନ ଜରିଆରେ ଡାକ୍ତର ଜଣକ ଠକାମୀର ଶିକାର ହୋଇଛନ୍ତି। ୩୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକାମୀର ଶିକାର ନେଇ ବାରିପଦା ସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଡାକ୍ତର ବିଶ୍ୱନାଥ ଦାସ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସେ ବାରିପଦା ସ୍ଥିତ ମଧୁବନ ଠାରେ ରହୁଥିବା ବେଳେ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଗତ ୨୮/୦୬/୨୦୨୪ରେ ଏକ ଅର୍ଥନୈତିକ ଟ୍ରେଡିଂ କମ୍ପାନୀର ହ୍ଵାଟ୍ସଆପ ଗ୍ରୁପରେ ତାଙ୍କୁ ଯୋଡିଥିଲେ। ଉକ୍ତ ଗ୍ରୁପରେ ଥିବା କମ୍ପାନୀ ମୁଖ୍ୟ ମାନେ ଟ୍ରେଡିଂ କମ୍ପାନୀର ଟଙ୍କା ଲଗାଇବାର ପ୍ରଲୋଭନ ଦେଖାଇଥିଲେ। ଯାହାକୁ ନେଇ ସେ ପ୍ରଲୋଭିତ ହୋଇ ପ୍ରଥମ ପର୍ଯ୍ୟାୟରେ ୧୮,୨୦,୦୦୦ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୩,୫୦,୦୦୦ ଏବଂ ତୃତୀୟ ପର୍ଯ୍ୟାୟରେ ୧୨,୭୪,୦୦୦ଟଙ୍କା ପ୍ରଦାନ କରିଥିଲେ। ଗତ ୩/୦୫/୨୦୨୪ରୁ ୭/୦୬/୨୦୨୪ ମଧ୍ୟରେ ଠକ ମାନଙ୍କ ଦ୍ୱାରା ପ୍ରଦତ୍ୱ ନଅ ଗୋଟି ବ୍ୟାଙ୍କ ଆକାଉଣ୍ଟକୁ ସେୟାର କିଣିବା ନେଇ ଉକ୍ତ ଟଙ୍କା ପ୍ରଦାନ କରିଥିଲେ।

ଏହାର ସପ୍ତାହକ ପରେ ସେ ଏକ କମ୍ପାନୀର ସେୟାର ଆଇପିଓ ୪୧,୭୦,୦୦୦ଟଙ୍କାରେ କିଣିବା ପାଇଁ ୩୦ହଜାର ସେୟାର ବିକିବା ପାଇଁ ଚେଷ୍ଟା କରିଥିଲେ। ସେତେବେଳେ ତାଙ୍କ ଆକାଉଣ୍ଟ ଆଉ ନଥିବାର ସେ ଦେଖିବାକୁ ପାଇଥିଲେ। ଏଥିପରେ ସଂସ୍ଥାକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଂସ୍ଥା ପକ୍ଷରୁ ପକ୍ଷରୁ କୋଣସି ଯୋଗାଯୋଗ କରାଯାଇନଥିଲା। ଯାହାକୁ ନେଇ ଦୁର୍ବୁତ୍ତ ମାନଙ୍କ ଦ୍ଵାରା ଅନଲାଇନ ଠକାମୀର ସେ ଶିକାର ହୋଇଥିବାର ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ମାମଲା ରୁଜୁ କରି ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

Leave A Reply

Your email address will not be published.