ଓଡ଼ିଆ ନ୍ୟୁଜ୍: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । କେତେ ସଂଖ୍ୟାରେ ଅଛନ୍ତି ଡଲଫିନ ଗଣୁଛି ବନ ବିଭାଗ। ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିପାଇଁ ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଛି ଡିଏଫଓ । ଏଥିପାଇଁ ଚିଲିକା ବନ ଖଣ୍ଡର ୧୮ ଟିମ୍ ନିୟୋଜିତ ହୋଇଛନ୍ତି । ତିନିଦିନର କଟକଣା ଲାଗୁ ପାଇଁ ଚିଠି ଲେଖା ହୋଇଛି ।
୨୦, ୨୧ ଓ ୨୨ ତାରିଖ ଏହି ତିନିଦିନ ସକାଳୁ ଦିନ ୧୨ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡ଼ଙ୍ଗା ଚଳାଚଳକୁ ବାରଣ ପାଇଁ ନିର୍ଦ୍ଦେଶ । ସେପଟେ ସକାଳ ୬ଟାରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଏବଂ ଯାତ୍ରୀବାହୀ ଭସାପୋଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।ସୂଚନା ଥାଉକି, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଙ୍ଗା ଏବଂ ସିଡିଏର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି।