କାହା ହାତରେ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ହେବ ଅଶୁଭ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି ଯାହା ବ୍ୟକ୍ତିର ଭାଗ୍ୟ ବିଗାଡିବାରେ କାମ କରିଥାଏ । ଯଦି ଏହି କଥା ଉପରେ ଧ୍ୟାନ ଦିଆ ନଯାଏ, ଜୀବନରେ ସମସ୍ୟା ଦେଖା ଦେଇପାରେ । ଆମର ପୂର୍ବଜମାନେ କିଛି ଜିନିଷକୁ ହାତରେ ନଦେବା ପାଇଁ ବାରଣ କରିଛନ୍ତି । ଯାହାର ପଛରେ ବି କିଛି କାରଣ ରହିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ରହିଛି ଯାହାକୁ ହାତରେ ରଖିବା ଦ୍ୱାରା ହୋଇପାରେ ବହୁତ ବଡ଼ କ୍ଷତି । ମାନ୍ୟତା ରହିଛି ଯେ ଏହି ଜିନିଷ ହାତରେ ରଖିବା ଦ୍ୱାରା କଳହ ହେବା ସହ ଧନର ନାଶ ହେବାର ସମ୍ଭାବନା ରହିଥାଏ । ଜାଣନ୍ତୁ କ’ଣ ଏହି ସବୁ ଜିନିଷ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ କେହି ଲଙ୍କା ମାଗନ୍ତି, ତେବେ ଏହାକୁ କେବେ ହାତରେ ଦିଅନ୍ତୁ ନାହିଁ । ଲଙ୍କାକୁ ପ୍ଲେଟ ବା ପାତ୍ରରେ ରଖି କରି ଦିଅନ୍ତୁ । ଏହା ପଛରେ ମାନ୍ୟତା ରହିଛି କି ହାତରେ ଲଙ୍କା ଦେବା ଦ୍ୱାରା ଗଣ୍ଡଗୋଳ ବଢ଼ିପାରେ ।

– ଘର ପରିବାରରେ କିଛି ବଡ଼ ଲୋକଙ୍କୁ ହାତରେ ଲୁଣ ଦେବାକୁ ବାରଣ କରାଯାଇଛି । ଏହା ପଛରେ ମାନ୍ୟତା ଯେ ଅନ୍ୟ ବ୍ୟକ୍ତିଙ୍କୁ ହାତରେ ଲୁଣ ଦେବା ଦ୍ୱାରା ଧର୍ମ ଓ ପୁଣ୍ୟର ହାନି ହୋଇଥାଏ । ତେଣୁ ଲୁଣ ସର୍ବଦା ପାତ୍ରରେ ଦେବା ଦରକାର ।

– ଗୋଟିଏ ଭୁଲ ଯାହା ଅଧିକାଂଶ ଲୋକ କରିଥାନ୍ତି ତାହା ହେଉଛି ପାଣି ହାତରେ ନେଇ ଅନ୍ୟ ଲୋକଙ୍କୁ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏମିତି କରିବା ଅଶୁଭ ହୋଇଥାଏ । କୁହାଯାଏ ଏହାଦ୍ୱାରା ଧନ, ଧର୍ମ ଓ ପୁଣ୍ୟର ହାନି ହୋଇଥାଏ । ତେଣୁ ପାଣି ସର୍ବଦା କିଛି ନା କିଛି ପାତ୍ରରେ ରଖି କରି ଦେବା ଉଚିତ୍‌ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେ ବି କାହାକୁ ହାତରେ ରୁମାଲ ଦିଅନ୍ତୁ ନାହିଁ । ଏହାଦ୍ୱାରା ହାନି ହୋଇଥାଏ । ଯଦି କାହାକୁ ରୁମାଲ ଦେବାର ଅଛି ତେବେ ଏପରି ସ୍ଥାନରେ ରଖି ଦିଅନ୍ତୁ ଯାହାକୁ ସହଜରେ ବ୍ୟକ୍ତି ନେଇପାରିବେ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାହା ହାତରେ ମଧ୍ୟ ରୁଟି ଦେବା ଉଚିତ୍‌ ନୁହେଁ । ଏହାଦ୍ୱାରା ଜମା ନଷ୍ଟ ହୋଇଥାଏ । ତେଣୁ ରୁଟି ସର୍ବଦା ପ୍ଲେଟରେ ରଖି କରି ଦିଅନ୍ତୁ ।

Leave A Reply

Your email address will not be published.