ସ୍ତାବିତ ଷ୍ଟଲି ପ୍ଲାଣ୍ଟ ଧୂଆଁ ବଣରେ ପରିଣତ ନହେଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରସ୍ତାବିତ ଷ୍ଟଲି ପ୍ଲାଣ୍ଟ ଶିଳ୍ପ ନିର୍ବାଚନୀ ଧୂଆଁ ବାଣରେ ପରିଣତ ନହେଉ |  ମହାକାଳପଡା ବ୍ଲକର ରାମନଗର, ଖରନାସି ଓ ବତୀଘର ଗ୍ରାମପଞ୍ଚାୟତକୁ ନେଇ ପ୍ରସ୍ତାବିତ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି।

ଏହି ପରିପ୍ରେକ୍ଷୀରେ ଖରନାଶି ଗ୍ରାମପଞ୍ଚାୟତର ସାଧାରଣ ଜନତାଙ୍କୁ ବିଜେପି ଦଳର ଏକ ପ୍ରତିନିଧି ମଣ୍ଡଳୀ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ. ଦୁର୍ଗା ପ୍ରସନ ନାୟକଙ୍କ ନେତୃତ୍ୱରେ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ମହାକାଳପଡ଼ାରେ ଶିଳ୍ପ ପ୍ରତିଷ୍ଠା ହେଲେ ଅନେକ ବେରୋଜଗାର ରୋଜଗାର ପାଇବେ।

ଅଞ୍ଚଳର ଉନ୍ନତି ହେବା ସହିତ ସାରା କେନ୍ଦ୍ରାପଡ଼ା ଜିଲ୍ଳାର ବିକାଶ ହୋଇପାରିବ ସେଥିପାଇଁ ଆମେ ଶିଳ୍ପ କୁ ବିରୋଧ କରୁନୁ କିନ୍ତୁ ବହୁ ପୁରାତନ କାଳରୁ ଏହି ଅଞ୍ଚଳରେ ବସବାସ କରୁଥିବା ବଙ୍ଗୀୟ ଭାଇଭଉଣୀ ମାନଙ୍କୁ ଉଚିତ ନ୍ୟାୟ ଏବଂ ପୂର୍ବ ଘୋଷଣା ପରି ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ଏକ ନିର୍ବାଚନୀ ଧୂଆଁ ବାଣ ରେ ପରିଣତ ହେବନି ତ? ବୋଲି ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ। ଉକ୍ତ ପ୍ରତିନିଧି ମଣ୍ଡଳୀରେ ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ, ବରିଷ୍ଠ ନେତା ରବି ରଖୀତ, ବାରେନି ଭୂୟାଁ, ପ୍ରଦିପ ବାରିକ, ଜଗନ୍ନାଥ ଦଳାଇ, ସୁଜିତ୍ ମାଇତି, ଚନ୍ଦ୍ରକାନ୍ତ ସ୍ବାଇଁ, ରମାକାନ୍ତ ମହାନ୍ତି, ନଳିନୀ କାନ୍ତ ପଲାଇ, ପ୍ରମୋଦ ଦାସ, ସବ୍ୟସଚି ମହାମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.