ଓଡ଼ିଆ ନ୍ୟୁଜ୍: ଚାଇନିଜ୍ ସିସିଟିଭିକୁ ସାବଧାନ। ଚୀନ ନିର୍ମିତ ସିସିଟିଭିରେ ହେଉଛି ଭାରତର ଜାସୁସୀ। ଗୁପ୍ତଚର ଚାଲ୍ ଖେଳୁଛି ବଦମାସ ଚୀନ୍। ମୁକାବିଲା ପାଇଁ କଠୋର ପଦକ୍ଷେପ ନେବା ସହ ଚୀନ ଗାଲରେ ଭାରତ ମାରିଛି ଶକ୍ତ ଚାପୁଡା। ସିକ୍ୟୁରିଟି କ୍ୟାମେରା ନିର୍ମାତାଙ୍କ ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା (ଇଆର୍) ନିୟମକୁ ବାଧ୍ୟତାମୂଳକ କରାଯାଇଥିବା ବିଷୟ ସରକାରୀ ଦସ୍ତାବିଜ ଓ କମ୍ପାନୀ ଇମେଲ୍ଗୁଡ଼ିକରୁ ଜଣାପଡ଼ିଛି।ଦେଶରେ ଚାଇନା ସର୍ଭିଲାନ୍ସ କ୍ଷମତା ସମ୍ପର୍କିତ ଚିନ୍ତା ବଢ଼ିଥିବାବେଳେ ଏହି ସିକ୍ୟୁରିଟି ଟେଷ୍ଟିଂ ନୀତି ଯୋଗୁ ବୈଶ୍ୱିକ ସର୍ଭିଲାନ୍ସ ଉପକରଣ ନିର୍ମାତାମାନେ ଭାରତକୁ ସିସିଟିଭି ଯୋଗାଇବାକୁ ମଙ୍ଗୁନାହାନ୍ତି।
ଏଭଳି ସ୍ଥିତିରେ ସେମାନେ ସରକାରୀ ପ୍ରୟୋଗଶାଳାରେ ମୂଲ୍ୟାଙ୍କନ ପାଇଁ ହାର୍ଡଓ୍ବେର, ସଫ୍ଟଓ୍ବେର ଓ କୋଡ୍ ସୋର୍ସ ଦାଖଲ କରିବା ନେଇ ଦାବି ସମ୍ପର୍କିତ ନୂଆ ନିୟମାବଳୀ ବିଦେଶୀ ନିର୍ମାତା ଓ ଭାରତୀୟ ରେଗୁଲେଟର୍ସଙ୍କୁ ମୁହାଁମୁହିଁ କରିଛି।ଚା ଇନାର ଚତୁର ସର୍ଭିଲାନ୍ସ ସାମର୍ଥ୍ୟକୁ ନେଇ ଚିନ୍ତିତ ନୂଆଦିଲ୍ଲୀ ସିସିଟିଭି ନିର୍ମାଣକାରୀ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଆଣିଥିବା ଭାରତୀୟ ନୀତି ପ୍ରଣୟନରେ ସମ୍ପୃକ୍ତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।