ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର:  ଓଡିଶାର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ବୃଦ୍ଧ ହୋଇଛି । ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତା ବୃଦ୍ଧି କରିଥିଲେ । ଏହାପେର ଏବେ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଛନ୍ତି ।

୪୨ ପ୍ରତିଶତରୁ ମହଙ୍ଗା ଭତା ବଢି ୪୬ ପ୍ରତିଶତରେ ପହଂଚିଛି । ୪ ଲକ୍ଷ ୫ ହଜାର ରାଜ୍ୟ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ । ଏହାସହ ୩ ଲକ୍ଷ ୫୦ ହଜାର ପେନସନଭୋଗୀ ବର୍ଦ୍ଧିତ ମହଙ୍ଗା ଭତାରୁ ଉପକୃତ ହେବେ । ଜୁଲାଇ ୧ ରୁ ପିଛିଲା ଭାବେ ଡିଏ ବା ମହଙ୍ଗା ଭତା ଲାଗୁ ହେବ । ଗତ ଜୁନ ୧୩ ତାରିଖରେ ମହଙ୍ଗା ଭତା ବଢିଥିଲା ।

ଦଶହରା ସାଙ୍ଗକୁ ସରକାରଙ୍କ ଏହି ବଡ ଉପହାର ଆକାରରେ ମହାଙ୍କା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ । ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ଦରମା ମିଳିବ ।

Leave A Reply

Your email address will not be published.