ଡ଼ଃ କୁଳମଣି ମହାପାତ୍ର ଓ ଶିଶୁ ସାହିତ୍ୟିକ ନନ୍ଦ କିଶୋର ସାମଲଙ୍କ ଜୟନ୍ତୀ ଉତ୍ସବ ପାଳିତ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିଚନ୍ଦ୍ରପୁର ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାହାଙ୍ଗା-ବଡ଼ଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ରାଜ୍ୟରେ ସାରସ୍ୱତ ସାଧନା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଦୁଇ ଦିବଙ୍ଗତ ସାରସ୍ୱତ ସାଧକ ରସରାଜ ଡ଼ଃ କୁଳମଣି ମାହାପାତ୍ର ଓ ବିଶିଷ୍ଟ ଶିଶୁ ସାହିତ୍ୟିକ ନନ୍ଦ କିଶୋର ସାମଲଙ୍କର ଜୟନ୍ତୀ ଉତ୍ସବ ପରିଷଦର ସଭାପତି ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ବାଲିଚନ୍ଦ୍ରପୁର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ଡ଼ଃ ହରିହର କାନୁନଗୋ ଯୋଗଦେଇ ଉତ୍ସବକୁ ଉଦଘାଟନ ପୂର୍ବକ ଦୁଇ ଦିବଙ୍ଗତ ସାହିତ୍ୟ ସାଧକଙ୍କ ସାହିତ୍ୟ କୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜଶ୍ରୀ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ର ସମ୍ପାଦକ କବି ହେମନ୍ତ ଜେନା ଯୋଗ ଦେଇ ଦୁଇ ଦିବଂଗତ ସାରସ୍ୱତ ସାଧକ ରସରାଜ ଡ଼ କୁଳମଣି ମହାପାତ୍ର ଓ କବି ନନ୍ଦକିଶୋର ସାମଲ ଙ୍କ କୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼ଃ ସଚ୍ଚିଦାନନ୍ଦ କର ଯୋଗଦେଇ ନନ୍ଦ କିଶୋର ସାମଲଙ୍କ ମନଛୁଆଁ ଶିଶୁ କବିତା ତାଙ୍କୁ କାଳଜୟୀ କରି ରଖିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଡ଼ଃ ଭାଗ୍ୟଧର ସାହୁ,ପ୍ରାଧ୍ୟାପକ ବିନ୍ଦୁମିତ୍ର ବଳ ଓ ପ୍ରାଧ୍ୟାପକ ଯଚିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ଦୁଇ ସାରସ୍ୱତ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଉଭୟ ସାରସ୍ୱତ ସାଧକଙ୍କ ନାମରେ ସାହିତ୍ୟିକ ଡ଼ଃ ହରିହର କାନୁନଗୋ,ପ୍ରାଧ୍ୟାପକ ବୈଷ୍ଣବ ଚରଣ ମହାନ୍ତି,ବ୍ୟଙ୍ଗ କବି ଅପର୍ତ୍ତି ଚରଣ ସେଠୀ,ଆଦର୍ଶ ଶିକ୍ଷକ ରାଜ କିଶୋର ଜେନା ଓ ଶିଶୁ ସାହିତ୍ୟିକ ଶିଶିର କୁମାର ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପ ସଭାପତି କବି ରୁଦ୍ର ପ୍ରସନ୍ନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଗୌତମ ଚରଣ ଜେନା ସ୍ୱାଗତ ଭାଷଣ ଓ ସମ୍ପାଦକ ଅଧ୍ୟାପକ ଅଭିଜିତ ନାୟକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ କଣ୍ଠ ଶିଳ୍ପୀ ଅଧ୍ୟାପକ ସଂଗ୍ରାମ କେଶରୀ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଦୀପ୍ତିରାଣୀ ବେହେରା, ଶ୍ରଦ୍ଧାଞ୍ଜଳି ପଣ୍ଡା, ଅଜୟ କୁମାର ବଳ, ପ୍ରିୟ ଗୋବିନ୍ଦ ଦାସ ପ୍ରମୁଖ ମାନପତ୍ର ପାଠ କରିଥିଲେ ।

ପରିଷଦର ମୁଖ୍ୟ ସଂଯୋଜିକା କାମିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ରବୀନ୍ଦ୍ରନାଥ ସାମଲ,ସାହିତ୍ୟିକ ରାମଚନ୍ଦ୍ର ଦାସ, କବି ନିରଞ୍ଜନ ଜେନା, ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ,ସାମ୍ବାଦିକ ଅମରେନ୍ଦ୍ର ସିଂହ,ସାମ୍ବାଦିକ ଏକାଦଶୀ ସେଠୀ,ସାମ୍ବାଦିକ ବିଜୟ କୁମାର କଅଁର, ଅଜୟ ଜେନା, ବସନ୍ତ କୁମାର ସାମଲ, ମକରେନ୍ଦ୍ର ସାହୁ, ପତିତପାବନ ବର୍ମା,ସୁଚିସ୍ମିତା ମିଶ୍ର, ପାର୍ବତୀ ଜେନା ଓ ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସର୍ବଶ୍ରୀ ରୁଦ୍ର ପ୍ରସାଦ ସାହୁ, ମୃତ୍ୟୁଞ୍ଜୟ ସ୍ୱାଇଁ, ବିଶ୍ୱଜିତ ସାହୁ, ଗୁରୁଦତ୍ତ ଦେବୀ ପ୍ରସାଦ ସାହୁ ଓ ତପନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.