ଓଡ଼ିଆ ନ୍ୟୁଜ, ରାଇରଙ୍ଗପୁର: ରାଇରଙ୍ଗପୁର ଠାରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଉଦଘାଟିତ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଭିଡିଓ କନଫେରେସିଂ ଦ୍ବାରା ଉଦଘାଟନ ହୋଇଯାଇଛି | ଏଥିରେ ରାଇରଙ୍ଗପୁର, ଚମ୍ପୁଆ , ନିମାପଡା , ବୀରମିତ୍ରପୁର ଓ ରାଜଗାଙ୍ଗପୁରରେ ଏହି ଯୋଜନାରେ ସାମିଲ କରାଯାଇଛି |
ଆଜି ରାଇରଙ୍ଗପୁର ସହରସ୍ତ କଚେରୀ ଷ୍ଟାଡିୟମ ପଡିଆ ଠାରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଯୋଗ ଦେଇ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆରମ୍ଭ କରିଥିଲେ | ମଞ୍ଚରେ ଥିବା ଅତିଥିଗଣ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଅଧକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ, ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସ ଓ ସ୍ବଚ୍ଚ ଜଳସାଥୀ ଇନ୍ଦୁମତୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥିଗଣ ଡ୍ରିଙ୍କ ଫ୍ରମ ଟ୍ୟାପରୁ ବିଶୁଦ୍ଧ ଜଳ ପାନ କରିଥିଲେ |
ଏହାଦ୍ବାରା ରାଇରଙ୍ଗପୁର ସହରସ୍ତ ୧୫ଟି ୱାର୍ଡର ୩୪ ହଜାର ଲୋକ ଉପୋକୃତ ହୋଇପାରିବେ | ଉକ୍ତ ବୈଠକରେ ରାଇରଙ୍ଗପୁର ସହରର ବହୁ ମାନ୍ୟଗଣ୍ୟ ଓ ବୃଦ୍ଧିଜିବୀଲୋକେ ଯୋଗ ଦେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମକୁ ଦେଖିବାପାଇଁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା |