ସବୁସ୍ଥାନକୁ ପିଇବା ପାଣି ପହଞ୍ଚିନାହିଁ କିନ୍ତୁ ଡିଜିଟାଲ ପାଣି ମିଟର ଲଗାଇ ଶୋଷଣ କରାଯାଉଛି, ସମ୍ବଲପୁରରେ ଜୋରଦାର ବିରୋଧ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ପାଣି ମିଟର ବ୍ୟବସ୍ଥା କୁ ବିରୋଧ କରି ଜନସ୍ୱାସ୍ଥ୍ୟ ମଣ୍ଡଳ କାର୍ଯ୍ୟାଳୟ ଘେରାଉ କରିଛି ପଶ୍ଚିମାଞ୍ଚଲ ଏକତା ମଞ୍ଚ | କିଛି ଦିନ ହେବ ପ୍ରଥମ କରି ସମ୍ବଲପୁର ରାଜସ୍ବ କମିଶନର ଙ୍କର କାର୍ଯ୍ୟାଳୟ ରେ ପାଣି ମିଟର ଲଗାଯାଇଛି |ପରବର୍ତ୍ତୀ ସମୟରେ ସମ୍ବଲପୁର ସହରରେ ଥିବା 76 ହଜାର ଗ୍ରାହକ ଙ୍କ ଘରେ ଏହି ପାଣି ମିଟର ଲାଗିବ | ଏହାକୁ ବିରୋଧ କରିଛି ପଶ୍ଚିମାଞ୍ଚଲ ଏକତା ମଞ୍ଚ |ରାଜ୍ୟ ସରକାର କଣ ସମ୍ବଲପୁର କୁ ପ୍ରୟୋଗ ଶାଳା ଭାବିଛନ୍ତି କି ବୋଲି ପ୍ରଶ୍ନ କରିଛି ମଞ୍ଚ | ସମ୍ବଲପୁର ରେ ପ୍ରଥମ କରି ରାଜ୍ୟରେ ଇଲେକଟ୍ରିକ ପାଇଁ ପ୍ରିପେଡ଼ ମିଟର ବ୍ୟବସ୍ଥା କରାଗଲା |ଏଵେ ପୁଣି ପାଣି ମିଟର ପ୍ରଥମ କରି ଲଗାଯାଉଛି | କାହିଁକି ଭୁବନେଶ୍ୱର ଓ କଟକ ରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଉ ନାହିଁ ବୋଲି କହିଛି ମଞ୍ଚ | 30 ଜିଲ୍ଲା ରେ ଏକା ସାଙ୍ଗରେ ପାଣି ମିଟର ଲଗାଯାଉ ବୋଲି ଦାବୀ କରିଛି ମଞ୍ଚ |ପ୍ରଥମେ ସମ୍ବଲପୁର ସମସ୍ତ ଅଞ୍ଚଳ ର ପାଣି ପାଇପ ମରାମତି କରାଯାଉ ଓ ପାନୀୟ ଜଳ ର ବ୍ୟବସ୍ଥା କରାଯାଉ ତା ପରେ ପାଣି ମିଟର ଲଗାଯାଉ ବୋଲି କହିଛି ମଞ୍ଚ |

ବର୍ତମାନ ପରିସ୍ଥିତିରେ ପାଣି ମିଟର ଲଗାଯିବା କୁ ବିରୋଧ କରି ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ଜନସ୍ୱାସ୍ଥ୍ୟ ମଣ୍ଡଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା |କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଏସ ଡି ଓ କହିଛନ୍ତି ଯେ ସମ୍ବଲପୁର ସହ ଅନ୍ୟାନ୍ୟ ଜିଲ୍ଲା ରେ ମଧ୍ୟ ପାଣି ମିଟର ଲାଗୁଛି |ତା ସହ ସମ୍ବଲପୁର ଅଞ୍ଚଳ ରେ ଯେଉଁ ଯେଉଁ ସ୍ଥାନ ରେ ପାଇପ ଓ ପାନୀୟ ଜଳ ର ଅସୁବିଧା ରହିଛି ସେ ଅଂଚଳ ରେ ପ୍ରଥମେ ସମସ୍ତ ସୁବିଧା କରାଯିବ ତା ପରେ ଯାଇ ମିଟର ବ୍ୟବସ୍ଥା କରାଯିବ |

Leave A Reply

Your email address will not be published.