ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ୬ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ । ମୁଖ୍ୟତଃ ପୋଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ । ବିଭିନ୍ନ ସ୍ଥାନରେ ପ୍ରଭାବ ପରିଲକ୍ଷିତ, ଯାତ୍ରୀ ହନ୍ତସନ୍ତ । ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ୍ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ କରିବାକୁ ମଞ୍ଚ ଦାବି କରିଛି।
ଏଥିସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦% ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଏବଂ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି ରହିଛି।