ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି । ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍ । ଘରୋଇ ବସ୍ ଚଳାଚଳ କରୁନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ । ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୬ ଦଫା ଦାବି ପୂରଣ ନେଇ ଅଟଳ ରହିଛି।

ସଂଘର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଛନ୍ତି, “ଆମେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛୁ, କିନ୍ତୁ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ।” ଡ୍ରାଇଭରଙ୍କ ଦାବି ମଧ୍ୟରେ ରହିଛି ମାଗଣା ଚିକିତ୍ସା, ବୀମା ସୁବିଧା, ପେନସନ ଯୋଗାଣ ଏବଂ ନୂଆ ମୋଟର ଯାନ ଆଇନରେ ସଂଶୋଧନ।ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତୈଳ ଟ୍ୟାଙ୍କର, ଟ୍ରକ ଓ ଅନ୍ୟାନ୍ୟ ପରିବହନ ଗାଡ଼ି ଅଟକି ରହିଛି।

Leave A Reply

Your email address will not be published.