ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖରୁ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଛି। ୬ ଦଫା ଦାବି ପୂରଣ ନେଇ ଏହି ଆନ୍ଦୋଳନ ଆହ୍ୱାନ କରାଯାଇଛି।
ମଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ସରକାର ଏହି ଦାବିଗୁଡ଼ିକୁ ଗୁରୁତ୍ୱ ସହକାରେ ନ ଶୁଣେ, ତେବେ ଜୁଲାଇ ୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ତୀବ୍ରତର କରିବେ।