ଓଡ଼ିଆ ନ୍ୟୁଜ୍: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି ଡ୍ରୋନ୍। ଏହା ଦେଖିବା ପରେ ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ। ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମନ୍ଦିର ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାପ୍ରକଟ କରିଛନ୍ତି।