ଓଡ଼ିଆ ନ୍ୟୁଜ୍: ନଦୀରେ ବୁଡ଼ି ପରିବାରର ୩ ମୃତ, ଜଣେ ଗୁରୁତର।କେ.ନୂଆଗାଁ ଥାନା କଳିଙ୍ଗଦୋଳା ନିକଟ ବାହୁଦା ନଦୀରେ ଅଘଟଣ।୪ ଜଣ ନଦୀ ପାର ହେଉଥିବା ବେଳେ ବୁଡ଼ିଗଲେ।ଚିକିଟି ମେଡିକାଲ୍ରେ ୩ ଜଣଙ୍କୁ ମୃତ୍ୟୁ ଘୋଷଣା।ରତ୍ନେଶ୍ବରୀ ମନ୍ଦିରରେ ପ୍ରସାଦ ସେବନ ସାରି ଫେରୁଥିଲେ।ସମ୍ପର୍କରେ ସମସ୍ତେ ମାଆଝିଅ ଓ ନାତିନାତୁଣୀ ସୂଚନା।
ସୂଚନା ମୁତାବକ ଆଜି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଂଚାୟତର କଳିଙ୍ଗଦଳା ଗାଁରୁ ମା ଉଷା ବେହେରା (୫୦), ଝିଅ ଅନୁସୟା ବେହେରା( ୩୫), ସାତ ବର୍ଷର ନାତୁଣୀ ଏବଂ ପାଞ୍ଚ ବର୍ଷର ନାତିକୁ ଧରି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେ। ନବରାତ୍ରି ପୂଜା ଅବସରରେ ମା’ଙ୍କ ଦର୍ଶନ ସାରି ପ୍ରସାଦ ସେବନ କରି ନିଜ ଗାଁ କଳିଙ୍ଗଦଳାକୁ ଫେରିବା ପାଇଁ ବାହୁଦା ନଦୀ ପାର ହେଉଥିଲେ। ସମୟ ପାଖାପାଖି ୩ଟା ବେଳେ ସମସ୍ତ ୪ ଜଣ ବlହୁଦା ନଦୀ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ।
ଖବର ପାଇ ନଦୀତଟରେ ରହିଥିବା କଳିଙ୍ଗଦଳା ଗ୍ରାମବାସୀ ବାହୁଦା ନଦୀରୁ ସେମାନଙ୍କୁ ଉଦ୍ଧାର କରି ବାଇକ୍ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିଟି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଚିକିଟି ମେଡିକାଲରେ ମା’, ଝିଅ, ନାତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।