ପାଇକା ନଦୀରେ ଭାସିଗଲେ ୨

0

ଓଡ଼ିଆ ନ୍ୟୁଜ୍: ଜଗତସିଂହପୁର: ପାଇକା ନଦୀରେ ଭାସିଗଲେ ୨ ଜଣ। କ୍ରିଷ୍ଣାନନ୍ଦପୁର ନିକଟ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ।ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର, ଆଉ ୨ ଜଣଙ୍କୁ ଖୋଜାଖୋଜି।ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଦିନ ୧୨ଟା ସମୟରେ ଷଣ୍ଡମଣ୍ଡପ କେଉଟସାହିର ୬ ଜଣ ନାବାଳକ ପାଇକା ନଦୀରେ ଗାଧୋଉ ଥିବା ବେଳେ ପ୍ରଖର ଜଳସ୍ରୋତରେ ୩ଜଣ ଭାସି ଯାଇଥିଲେ।

ଘଟଣାସ୍ଥଳରେ କୃଷ୍ଣାନନ୍ଦପୁର ପୁଲିସ ଓ ତିର୍ତ୍ତୋଲ, ରଘୁନାଥପୁର ଅଗ୍ନିଶମ ଅଧିକାରୀ, ଓଡ୍ରାଫ ଟିମ ପହଞ୍ଚି ୨ଟି ବୋଟ ସାହାଯ୍ୟରେ ଖୋଜାଖୋଜି କରିଛନ୍ତି। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ପରେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଶିଶର ବେହେରା (୧୨) ଓ ଅମନଜିତ ମଲ୍ଲିକ (୧୩)। ସୌରଭ ମଲ୍ଲିକ (୧୩) ନିଖୋଜ ଅଛନ୍ତି। ରାତ୍ରି ହେବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଇଛି। ଏନେଇ କୃଷ୍ଣାନନ୍ଦ ପୁର ଥାନାରେ ଅପମୁତ୍ୟୁ ମାମଲା କେଶ ନମ୍ବର ୩/୨୫ ରୁଜୁ କରାଯାଇଛି।

Leave A Reply

Your email address will not be published.