ବାହାନଗା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ବିଜେପିର ସମସ୍ତ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ୫ ତାରିଖ ପର୍ଯ୍ୟନ୍ତ କଲା ବାତିଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଗତ କାଲି ଘଟିଯାଇଥିବା ବଡ ଧରଣର ମର୍ମଦୁନ୍ତ ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀ ତରଫରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
ଅତ୍ୟନ୍ତ ଦୁଃଖଦାୟକ ରେଳ ଦୁର୍ଘଟଣାର ଖବର ଶୁଣି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଜ ୩ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ବ୍ରହ୍ମପୁରଠାରୁ ଫେରି ଆସିଥିଲେ । ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ୍ ନଡ୍ଡା ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ଦୁର୍ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ କହିଥିଲେ ।

ଏଥି ସହ ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୂବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ସହାୟତା କେନ୍ଦ୍ର ଖୋଲି ଚିକିତ୍ସିତ ଯାତ୍ରୀମାନଙ୍କ ସଂପର୍କୀୟ ଓ ବନ୍ଧୁଜନଙ୍କୁ ରକ୍ତ, ଔଷଧ, ରିଲିଫ ଏବଂ ଆବଶ୍ୟକୀୟ ସହାୟତା ଓ ସହଯୋଗ କରିବା ପାଇଁ ମଧ୍ୟ କହିଥିଲେ । ଶ୍ରୀ ସାମଲ ପ୍ରଥମେ କଟକ ଏସସିବି ମେଡିକାଲ କଲେଜ ଯାଇ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କ ସ୍ୱାସ୍ତ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ ଭଦ୍ରକ, ସୋର, ବାଲେଶ୍ୱର ଯାଇ ମେଡିକାଲରେ ଚିକିତ୍ସିତ ହେଉଥିବା ଯାତ୍ରୀମମାନଙଦକ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହା ପରେ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣା ସଂପର୍କରେ ଦେଖି ବୁଝିବା ସହ ଏଭଳି ଦୁଃଖଦ ସମୟରେ ସମସ୍ତ ପ୍ରକାରର ସହାୟତା ସହଯୋଗ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।

Leave A Reply

Your email address will not be published.