ଚାଲିଛି ମହାମାୟାଙ୍କ ନବମୀ ପୂଜା

0

ଓଡ଼ିଆ ନ୍ୟୁଜ୍: ଆଜି ପୀଠରେ ମା’ଙ୍କ ଦଶମୀ ପୂଜା ଚାଲୁଥିବା ବେଳେ ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ଚାଲିଛି ନବମୀ ପୂଜା। କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ସବୁଠି ଉଚ୍ଚ ତୋରଣ ମନମୋହୁଛି । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି।

ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ଭାବ ଭକ୍ତିମୟ ପରିବେଶ। ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ମୁଖ୍ୟ ଆକର୍ଷଣ ସାଜିଛି ଲାଇଟ ସାଜସଜା। ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ।

 

Leave A Reply

Your email address will not be published.