ଓଡ଼ିଆ ନ୍ୟୁଜ୍: ଆଜିଠୁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ । ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି । ବିଭିନ୍ନ ପୂଜା ମଣ୍ଡପରେ ବିରାଜିବେ ଦଶଭୁଜା । ମାଆଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି । ସୁଉଚ୍ଚ ତୋରଣ ସାଙ୍ଗକୁ ଝଲସୁଛି ଭଳିକି ଭଳି ପୂଜା ମଣ୍ଡପ । ସେପଟେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା ।
ଆଜି ନବରାତ୍ର ପୂଜାର ସପ୍ତମ ଦିବସ ଏବଂ ଷୋଡ଼ଶ ଉପଚାର ପୂଜା ପନ୍ଦର ଦିନରେ ପହଞ୍ଚିଛି । ଆଜି ମା’ କାଳରାତ୍ରି ରୂପରେ ପୂଜା ପାଉଛନ୍ତି । ପ୍ରଥମେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ ପରେ ଆଜି ମା’ କାଳରାତ୍ରି ସ୍ୱରୂପରେ ଧରାପୃଷ୍ଠରେ ଦର୍ଶନ ଦେଉଛନ୍ତି ।