ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା, ଆଜି ପୀଡିତଙ୍କ ଟିଆଇ ପରେଡ

0

ଓଡ଼ିଆ ନ୍ୟୁଜ୍:ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା । କଳା ରାତିର ସତ୍ୟ ଖୋଲିବ ହ୍ୱାଟସ୍‌ ଆପ୍ ଚାଟ । ଆଜି ହେବ ପୀଡିତାଙ୍କ ଟିଆଇ ପରେଡ । ସାମ୍ନାକୁ ଆସିବ ପରାନଗଞ୍ଜ ଜଙ୍ଗଲର ସେ ଦିନ ରାତିର ଅନେକ ସତ୍ୟ ଘଟଣା । ଘଟଣାର ସତ୍ୟାସତ ଆଣିବ ଆସାନସୋଲ ଦୁର୍ଗାପୁର ପୋଲିସ । ଅଭିଯୁକ୍ତ ମାନଙ୍କର ରିମାଣ୍ଡ ସରିବା ପରେ ଜେଲ ହାଜତକୁ ପଠାଇ ଥିଲେ ପୋଲିସ ।

ପରେ ଟିଆଇ ପରେଡ ପାଇଁ ଅନୁମତି ମାଗିବାରୁ ମାନ୍ୟବର କୋର୍ଟ ଅନୁମତି ଦେବା ପରେ ଆଜି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପୀଡିତାଙ୍କୁ ନେଇ ଟିଆଇ ପରେଡ କରିବ ପୋଲିସ । ମୋବାଇଲର ହ୍ୱାଟସ୍‌ ଆପ୍ ଚାଟ ଓ ଟିଆଇ ପରେଡ ପରେ ସାମ୍ନାକୁ ଆସିବ । ସେଦିନର କିଟି ମିଟି ଅନ୍ଧାର ରାତିରେ ପରାନଗଞ୍ଜ ଜଙ୍ଗଲରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହିତ କିଏ ଓ କାହିଁକି ଘଟାଇଥିଲା ଏଭଳି ଅମାନୁସିକ କାଣ୍ଡ ।

Leave A Reply

Your email address will not be published.