ଓଡ଼ିଆ ନ୍ୟୁଜ୍: ଏଣିକି ଅନ୍ଲାଇନ୍ ସହ ଅଫ୍ଲାଇନ୍ରେ ବି ପୈଠ କରିହେବ ଇ-ଚାଲାଣ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ଵ। ମୋବାଇଲ ନଂ ଅପଡେଟ୍ ନଥିବାରୁ OTP ପାଉ ନଥିବା ବ୍ୟକ୍ତିଙ୍କୁ ହେବ ସହାୟକ।ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ।ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା।
ମୋବାଇଲ ନମ୍ବର ଅପଡେଟ ରଖି ନ ଥିବାରୁ ବେଳେ ବେଳେ ଗାଡି ମାଲିକଙ୍କୁ OTP ଠିକ ଭାବେ ଯାଇ ନଥାଏ । ଆଉ କେଉଁଠି ଦୁର୍ବଳ ଇଣ୍ଟରନେଟ ପାଇଁ ମଧ୍ୟ ଗାଡ଼ି ମାଲିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ଏହା ସହାୟକ ହେବ । ଏଥି ସହ ଅନଲାଇନରେ ପୂର୍ବ ଭଳି https://echallan.parivahan.gov.in/ ମଧ୍ୟ ଇ- ଚାଲାଣ ପୈଠ କରିହେବ ।